Latest Odisha News

ବଜେଟରେ ଶିକ୍ଷା କ୍ଷେତ୍ରରେ ୧ଲକ୍ଷ କୋଟିରୁ ଅଧିକ ବ୍ୟୟବରାଦ ମୋଦି ସରକାରଙ୍କ ଐତିହାସିକ ନିଷ୍ପତି : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ :ଆର୍ଥିକ ବର୍ଷ ୨୦୨୨-୨୩ କେନ୍ଦ୍ର ବଜେଟକୁ ନେଇ ପ୍ରଧାନମନ୍ତ୍ରୀ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଚଳିତ ଥର ବଜେଟରେ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗକୁ ଗରୁତ୍ୱ ଦିଆ ଯାଉଥିବାରୁ ଶିକ୍ଷା ବିଭାଗ ପ୍ରଥମ ଥର ପାଇଁ ୧ ଲକ୍ଷ ହଜାର ୨୭୭ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହା ଶିକ୍ଷା ବିଭାଗ ପାଇଁ ମୋଦି ସରକାରଙ୍କ ଐତିହାସିକ ନିଷ୍ପତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଆତ୍ମ ନିର୍ଭର ଭାରତର ବଜେଟ ନୂଆ ଭାରତର ଆଶା ଓ ଆକାଂକ୍ଷାକୁ ପ୍ରତିଫଳତି କରୁଛି ।ଏହି ବଜେଟ ଉତ୍ସାହଜନକ , ଭବିଷ୍ୟତବାଦୀ , ଅଭିବୃଦ୍ଧି ଭିତ୍ତିକ ଏବଂ ଲୋକାଭିମୁଖୀ ବଜେଟ ।ସାମାଜର ସବୁ ବର୍ଗର ଲୋକଙ୍କୁ ଗୁରୁତ୍ୱ ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣକୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି ବଜେଟରେ ଚିଙ୍ଗୁଡି ଚାଷକୁ ପ୍ରୋତ୍ସାହନ , ଅଙ୍ଗନବାଡୀ ବିକାଶ, ପଛୁଆ ଆକାକ୍ଷୀ ଜିଲ୍ଲାକୁ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଏହା ଦ୍ୱାରା ଓଡିଶା ଭଳି ରାଜ୍ୟ ଅଧିକ ଲାଭବାନ ହେବ ।ଏହି ବଜେଟରେ ଡିଜିଟାଲ ବିଶ୍ୱବିଦ୍ୟାଳୟ , ଇ-ବିଦ୍ୟା ଅନ୍ତର୍ଗତ ୨୦୦ ଟିଭି ଚ୍ୟାନେଲ , ସ୍କିଲ ପାଇଁ ଡିଜିଟାଲ ଇକୋସିଷ୍ଟମ , କିଷାନ ଡ୍ରୋନ , ଡିଜିଟାଲ ମୁଦ୍ରା ଭଳି ଅନେକ ପଦକ୍ଷେପ ଅମୃତ କାଳରେ ଭାରତୀୟ ଅର୍ଥନୀତିର ନିର୍ମାଣ ଓ ବ୍ଲୁ ପ୍ରିଣ୍ଟି ସ୍ଥାପନ କରିବ ।

ଆତ୍ମନିର୍ଭର ଭାରତ ବଜେଟ ଟେକ୍ନୋଲୋଜି ଆଝାରିତ ବିକାଶକୁ ପ୍ରୋତ୍ସାହନ ଦେବା ସହ ଆୟ ଓ ପୁଞ୍ଜି ନିବେଶରେ ବୃଦ୍ଧି ଘଟାଇବ, ରୋଜଗାରକୁ ଗତି ଦେବଏବଂ ଇଜ୍ ଅଫ୍ ଲିଭିଂ କୁ ପ୍ରାଥମିକତା ଭିତ୍ତିରେ ନାଗରିକଙ୍କୁ ସଶକ୍ତ ସହ ଜନକଲ୍ୟାଣକୁ ସୁନିଶ୍ଚିତ କରିବ । ୫ ଜି ମୋବାଇବ ସେବା ଶତ ପ୍ରତିଶତ ପୋଷ୍ଟ ଅଫିସକୁ ଅତ୍ୟାଧୁନିକ କରିବା ଦ୍ୱାରା ଦେଶରେ ନାଗରିକଙ୍କ ଜୀବନ ଶୈଳି ଅଧିକ ସୁଗମ ହେବ ।

୬୦ ହଜାର କୋଟି ବ୍ୟୟରେ ହର ଘର ନଲ୍ ରେ ୩.୮ କୋଟି ପରିବାରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଏବଂ ଆବାସ ଯୋଜନାରେ ୪୮ ହଜାର କୋଟି ବ୍ୟୟରେ ୮୦ ଲକ୍ଷ ହିତାଧିକାରୀଙ୍କ ପାଇଁ ପକ୍କା ଘର ନିର୍ମାଣ କରାଯିବ । ଯାହା ପ୍ରଧାନମନ୍ତ୍ରୀ ଗରିବଙ୍କୁ ଶଶକ୍ତ କରିବା ପ୍ରତିବଦ୍ଧତାକୁ ବୁଝାଉଛି ।ଏହା ବ୍ୟତିତି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବିନିଯୋଗକୁ ୩୫.୪ ପ୍ରତିଶତକୁ ବୃଦ୍ଧି କରି ୭.୫ ଲକ୍ଷ କୋଟି କରାଯାଇଛି ।ଏହା ହେବା ଦ୍ୱାରା ଅର୍ଥନୈତିର ଅଭିବୃଦ୍ଧି , ଚାହିଦା ଏବଂ ନିଯୁକ୍ତିର ସୃଷ୍ଟିକୁ ତ୍ୱରାନ୍ୱିତ କରିବା ଦିଗରେ ବଜେଟରେ ଗୁରୁତ୍ୱ ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ କରିଛନ୍ତି

Comments are closed.