ଭୁବନେଶ୍ଵର: ଜନ-ବିରୋଧି କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କ । ମୁଁ କିଛି ଜାଣିନି କି ମୁଁ କୌଣସି ସ୍କାମରେ ନାହିଁ ବୋଲି କହିଲେ ସୁଧାଂଶୁ । ମୋତେ ବହିଷ୍କାର କାରଣ ଜଣାନାହିଁ, ମୁଁ ମୋ ଦାୟିତ୍ୱ ତୁଲାଉଛି । ମୋ କାର୍ଯ୍ୟ ଉପରେ ମୁଁ ସନ୍ତୁଷ୍ଟ ଅଛି ଆଉ ଲୋକମାନେ ବି ସନ୍ତୁଷ୍ଟ ଅଛନ୍ତି । ମୁଁ କୌଣସି ସ୍ମାମ ସହ ନାହିଁ କି ପୂର୍ବରୁ ମଧ୍ୟ ନଥିଲି ବୋଲି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସୁଧାଂଶୁ ପରିଡା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ୟବସାୟ ଘଟଣାରେ ମୁଁ ସେଥିରେ ମାଲିକ ନୁହେଁ କେବଳ ପାର୍ଟନର ଥିଲି । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେଇଛନ୍ତି ସେକଥା ସେ ଜାଣିଛନ୍ତି ବୋଲି କହିଛନ୍ତି ବିଧାୟକ ସୁଧାଂଶୁ ପରିଡା । କିନ୍ତୁ ଏନେଇ ଏପର୍ଯ୍ୟନ୍ତ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ସୂଚନାଯୋଗ୍ୟ ଯେ, ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ଦଳରୁ ବିଦା କରିଛନ୍ତି ବିଜେଡି ସଭାପତି । ଗତ କିଛି ଦିନ ହେବ ସୌମ୍ୟଙ୍କ ଆଲେଖ୍ୟକୁ ନେଇ ରାଜ୍ୟ ରାଜନୀତିର ତୁମ୍ବିତୋପାନ ଜାରି ରହିଥିଲା । କିଛି ଦିନ ପୂର୍ବରୁ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଉପ-ସଭାପତି ପଦରୁ ହଟାଯାଇଥିଲା । କିନ୍ତୁ ପ୍ରେସ ରିଲିଜରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଆସନି ନା ନକଲି ସେ ନେଇ ମଧ୍ୟ ପ୍ରଶ୍ନ କରିଥିଲେ ସୌମ୍ୟ । ଏହା ପରେ ବର୍ତ୍ତମାନ ଆଜି ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି ।
ବିଜେଡି ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ରେ ସୌମ୍ୟଙ୍କ ବିରୋଧରେ ଥିବା ବ୍ୟାଙ୍କ୍ ଠକେଇ ମାମଲା ଉପରେ ସୌମ୍ୟଙ୍କ ବିରୋଧରେ ଏ ପଦକ୍ଷେପ ନିଆଯାଇଛି । ସେହିପରି ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ ରହିଛି । ଯାହାର ତଦନ୍ତ ଭିଜିଲାନ୍ସ କରୁଛି । ଉଭୟଙ୍କୁ ଜନ-ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରାଯାଇଛି ବୋଲି ଦଲର ସଭାପତିଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ରିଲିଜରେ କୁହାଯାଇଛି ।
Comments are closed.