Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ : ସୁର ରାଉତରାୟ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଏନେଇ ନିର୍ବାଚନ କମିଶନର ,ସରକାରଙ୍କୁ ଅଭିନନ୍ଦନ ଜଣାଇଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । କ୍ୟାଣ୍ଡଟ ମାନେ ୫ ଜଣ ସମର୍ଥକଙ୍କୁ ନେଇ ପ୍ରଚାର କରିବେ ।

ନୋଟ୍ ବାଣ୍ଟିବା ବନ୍ଦ କରନ୍ତୁ , ଶାଢୀ କମ୍ବଳ ବାଣ୍ଟିବା , ଖାଇବାକୁ ବାଣ୍ଟିବା , ରାଲି , ବନ୍ଦ କରନ୍ତୁ ବୋଲି ସୁର ରାଉତରାୟ କହିଛନ୍ତି । ସବୁ ଦଳ ପାଇଁ ଗୋଟିଏ ନିୟମ ହେଉ ବୋଲି କହିଛନ୍ତି । ରାଜ୍ୟରେ ନିର୍ବାଚନ ହେବା ଦରକାର ବୋଲି କହିଛନ୍ତି । ନିୟମ କଡାକଡି ହେବା ଦରକାର ।

ଭୋଟ୍ ପାଇଁ ରାଜ୍ୟ ସରକାର ଲୋକମାନଙ୍କୁ ଟଙ୍କା ବାଣ୍ଟିୁଛନ୍ତି ବୋଲି ସୁର ରାଉତରାୟ ଅଭିଯୋଗ ଆଣିଛନ୍ତି । ସେହିପରି ରାଜ୍ୟ ସରକାର ଚାକିରିରେ ବୟସ ସୀମା ବୃଦ୍ଧି କରିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁର ରାଉତରାୟ ।ଏଥର ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଦୃଢୋକ୍ତିର ସହ ସୁର ରାଉତରାୟ କହିଛନ୍ତି

 

Comments are closed.