Latest Odisha News

BREAKING NEWS

ବିଳମ୍ବିତ ହେଲେ ବି ଶେଷରେ ନ୍ୟାୟ ମିଳିଛି : ନିର୍ଭୟାଙ୍କ ମା ଆଶାଦେବୀ

ଭୁବନେଶ୍ୱର: ତିହାର ଜେଲରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଦୋଷୀଙ୍କ ଫାଶୀ ହେବା ସହିତ ଦୀର୍ଘ ସାତ ବର୍ଷ ପରେ ନିର୍ଭୟା ଙ୍କୁ ନ୍ୟାୟ ମିଳିଛି ବୋଲି କହିଛନ୍ତି ତାଙ୍କ ମାଆ ଅଶାଦେବୀ ।

ଫାଶୀ ତାରିଖ ଘୁଞ୍ଚାଇବା ପାଇଁ ଚାରି ଦୋଷୀଙ୍କ ଶେଷ ଆବେଦନକୁ ଗୁରୁବାର ବିଳମ୍ବିତ ରାତିରେ ଉଭୟ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଖାରଜ କରିବା ପରେ ଶୁକ୍ରବାର ସକାଳ ୫.୩୦ରେ ଫାଶୀ ଦିଆଯାଇଛି ।

ଆଜିର ଦିନକୁ ଦେଶର ସବୁ ଝିଅମାନଙ୍କ ପାଇଁ ଉତ୍ସର୍ଗ କରି ସେ ରାଷ୍ଟ୍ରପତି, ନ୍ୟାୟ ବ୍ୟବସ୍ଥା ଓ ସରକାର ଙ୍କୁ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି । ଆଜିର ସକାଳର ସୂର୍ଯ୍ୟୋଦୟା ସବୁ ଝିଅ ଙ୍କ ପାଇଁ ନୂଆ ଅଶାର କିରଣ ନେଇ ଆସିଛି ବୋଲି ସେ କହିଛନ୍ତି ।

ତେବେ ଭବିଷ୍ୟତରେ ଏଭଳି କୌଣସି ମାମଲାରେ ଦୋଷୀମାନେ ଯେଭଳି ନ୍ୟାୟ ବ୍ୟବସ୍ଥାକୁ ଉଦେଶ୍ୟମୂଳକ ଭାବେ ବିଳମ୍ବିତ ନ କରିବେ ସେଥିନେଇ ନିର୍ଦେଶାବଳୀ ଜାରି କରିବାକୁ ସେ ସୁପ୍ରିମକୋର୍ଟକୁ ଅନୁରୋଧ କରିଛନ୍ତି ।

ସକାଳେ ନିର୍ଭୟା ଙ୍କ ଏକ ଫୋଟୋକୁ ଆଲିଙ୍ଗନ କରିବା ସହ ଏବେ ସେ ଝିଅର ଫଟୋକୁ ଘର କାନ୍ଥରେ ଟଙ୍ଗାଇ ପାରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.