Latest Odisha News

BREAKING NEWS

ଆସ୍ଥା ଭୋଟ ପୂର୍ବରୁ ୧୬ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଇସ୍ତଫା ମଂଜୁର କଲେ ବାଚସ୍ପତି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭାରେ ଶୁକ୍ରବାର କମଳନାଥ ସରକାର ସମ୍ମୁଖୀନ ହେବାକୁ ଯାଉଥିବା ଆସ୍ଥା ଭୋଟର ମାତ୍ର କିଛି ଘଣ୍ଟା ପୂର୍ବରୁ ବାଚସ୍ପତି ୧୬ ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଇସ୍ତଫା ମଞ୍ଜୁର କରିଥିବା ଜଣାପଡ଼ିଛି ।

ଗୁରୁବାର ବିଳମ୍ବିତ ରାତିରେ ବାଚସ୍ପତି ଏନ ପି ପ୍ରଜାପତି ଏହି ନିଷ୍ପତ୍ତି ନେଇଛନ୍ତି।

ଏଥି ସହିତ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ସମସ୍ତ ୨୨ ଜଣ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ମଞ୍ଜୁର ହୋଇଛି । ବାଚସ୍ପତିଙ୍କ ଏହି ନିଷ୍ପତିର କିଛି ସମୟ ପରେ ମଧ୍ୟପ୍ରଦେଶ ବିଧାନସଭା ପକ୍ଷରୁ ଶୁକ୍ରବାର ଦିନ ୨ଟା ବେଳେ ଆସ୍ଥା ଭୋଟ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନା ଯୋଗ୍ୟ ଯେ ସୁପ୍ରିମକୋର୍ଟ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଆସ୍ଥା ଭୋଟରା ସମ୍ମୁଖୀନର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ୨୨ ଜଣ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ମଞ୍ଜୁର ହେବା ପରେ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୯୨କୁ ଖସିଆସିଥିବା ବେଳେ ବିଜେପି ର ୧୦୭ ବିଧାୟକ ରହିଛନ୍ତି । ଉଭୟ କଂଗ୍ରେସ ଓ ବିଜେପି ଶୁକ୍ରବାର ଆସ୍ଥା ଭୋଟ୍ ପାଇଁ ନିଜ ଦଳର ବିଧାୟକଙ୍କୁ ହ୍ବିପ ଜାରି କରିଛନ୍ତି ।

Leave A Reply

Your email address will not be published.