Latest Odisha News

BREAKING NEWS

ପୁଣି ଦୁଃଖରେ ବୁଡିଲା ବଲିଉଡ: କ୍ୟାନସରରେ ପ୍ରାଣ ହରାଇଲେ ରେଡ୍ଡୀ ସିନେମାର ଏହି ଅଭିନେତା

ମୁମ୍ବାଇ: କିଛିଦିନ ମଧ୍ୟରେ ଅନେକ ନାମିଦାମୀ କଳାକାର ହରାଇଲାଣି ବଲିଉଡ । ଶନିବାର ଦିନ ଏହି ତାଲିକାରେ ଯୋଡି ହୋଇଛି ଆଉ ଜଣେ ବଲିଉଡ କଳାକାରଙ୍କ ନାମ ।

ଏହି ଯୁବ ଅଭିନେତାଙ୍କ ନାମ ହେଉଛି ମୋହିତ ବାଗେଲ। ସଲମାନ ଖାନ ଅଭିନୀତ ‘ରେଡ୍ଡୀ’ ଚଳଚ୍ଚିତ୍ରରେ ଅମର ଚୌଧୁରୀ ଭୂମିକାରେ ଅଭିନୟ କରି ଅନେକ ପ୍ରଶଂସା ସାଉଁଟି ଥିଲେ ମୋହିତ ।

୨୬ ବର୍ଷୀୟ ଏହି ଅଭିନେତା ଜଣଙ୍କ ର ଶନିବାର କ୍ୟାନସର ରୋଗରେ ମୃତ୍ୟୁ ଘଟିଛି। ମୋହିତ ‘ଏକକିସ୍ ତୋପୋ କି ସଲାମି’ ଏବଂ ‘ଗଲି ଗଲି ଚୋର ହ’ ରେ ମଧ୍ୟ ଅଭିନୟ କରିଛନ୍ତି।

ମୋହିତଙ୍କର ଉତ୍ତର ପ୍ରଦେଶର ନିଜ ସହର ମଥୁରାରେ ଦେହାନ୍ତ ହୋଇଥିବା ଲେଖକ ତଥା ନିର୍ଦ୍ଦେଶକ ରାଜ ସାଣ୍ଡିଲ୍ୟା ପ୍ରଥମେ ସୂଚନା ଦେଇଥିଲେ ।

ମୋହିତଙ୍କ ଦେହନ୍ତରେ ସମ୍ପର୍କରେ ରାଜ୍ ତାଙ୍କର ଜଣେ ବନ୍ଧୁଙ୍କ ଠାରୁ ଜାଣିବାକୁ ପାଇଥିବା କହିଛନ୍ତି ।

ମୋହିତଙ୍କ ବିୟୋଗରେ ପରିଣିତି ଚୋପ୍ରାଙ୍କ ସମେତ ଅନେକ ବଲିଉଡ ସେଲିବ୍ରିଟି ଟ୍ୱିଟ କରି ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

Comments are closed.