Latest Odisha News

ଭୋଟର ଲିଷ୍ଟ ପ୍ରସ୍ତୁତ, ଯେ କୌଣସି ସମୟରେ ହୋଇପାରେ ଜମମୁ କଶ୍ମୀରରେ ନିର୍ବାଚନ: କେନ୍ଦ୍ରର ବଡ ଘୋଷଣା

 ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଖୁବ ଶୀଘ୍ର ହୋଇପାରେ ନିର୍ବାଚନ । ଜମ୍ମୁକାଶ୍ମୀର ନିର୍ବାଚନକୁ ନେଇ କେନ୍ଦ୍ର ସରକାରଙ୍କର ବଡ ଘୋଷଣା ।ସୁପ୍ରିମ କୋର୍ଟରେ ଆର୍ଟିକିଲ ୩୭୦କୁ ନେଇ ଶୁଣାଣି ଚାଲିଥିବାବେଳେ ଏପରି ଘାେଷଣା କରିଛି କେନ୍ଦ୍ର । ଏଥିନେଇ ଭୋଟର ଲିଷ୍ଟ ମଧ୍ୟ ପ୍ରସ୍ତୁତ ହୋଇସାରିଥିବା ମଧ୍ୟ କୁହାଯାଇଛି ।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଠାଇବାକୁ ନେଇ ସୁପ୍ରିମକାେର୍ଟରେ ଶୁଣାଣି ଚାଲିଥିବାବେଳେ କେନ୍ଦ୍ର ପକ୍ଷରୁ କୁହାଯାଇଛି, ଖୁବ ଶୀଘ୍ର ଏଠାରେ ନିର୍ବାଚନ କରାଇବାକୁ କେନ୍ଦ୍ର ପ୍ରସ୍ତୁତ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନରାଲ ତୁଷାର ମେହତା କହିଛନ୍ତି, ଲେହରେ ସ୍ଥାନୀୟ ନିର୍ବାଚନ ହୋଇ ସାରିଛି । କାରଗିଲରେ ଖୁବ ଶୀଘ୍ର ନିର୍ବାଚନ ହେବାକୁ ଯାଉଛି ।

ସେହିପରି ଜମ୍ମୁକଶ୍ମୀରରେ ଆତଙ୍କବାଦୀ ଘଟଣା ୪୫.୨ ପ୍ରତିଶତ କମିଛି । ସେହିପରି ଅନୁପ୍ରବେଶ ୯୦.୨ ପ୍ରତିଶତ ହ୍ରାସ ପାଇଛି । ଏସବୁ ସ୍ଥିତି କହୁଛି ଯେ, ଜମ୍ମୁକଶ୍ମୀରରେ ସ୍ଥିତିରେ ସୁଧାର ଆସୁଛି । କେନ୍ଦ୍ର ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି । ତେବେ ନିର୍ବାଚନ କେବେ ହେବ ଏହାର ନିଷ୍ପତ୍ତି ନେବେ ରାଜ୍ୟ ଏବଂ ଜାତୀୟ ନିର୍ବାଚନ କମିଶନ  । ତେବେ ଜମ୍ମୁ କଶ୍ମୀରରେ ପରିସ୍ଥିତିରେ ସୁଧାର ଆସିଥିବା ତୁଷାର ମେହତା କହିଛନ୍ତି ।

ମେହତା ଆହୁରି କହିଥିଲେ, ଜମ୍ମୁ କାଶ୍ମୀରରେ  ବିଧାନସଭା ନିର୍ବାଚନ ସମେତ ପଞ୍ଚାୟତ ଏବଂ ପରିଷଦ ନିର୍ବଚନା ମଧ୍ୟ ହେବାର ସମ୍ଭାବନା ରହିଛି । ପ୍ରଥମେ ପଞ୍ଚାୟତ, ପରେ କାଉନସିଲ ନିର୍ବାଚନ ହେବ ।

ମଙ୍ଗଳବାର ସୁପ୍ରିମକୋର୍ଟ ଶୁଣାଣି ସମୟରେ ଜମ୍ମୁକାଶ୍ମୀରରେ ଲୋକତନ୍ତ୍ର ବଜାୟ ରଖିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ ।

 

Comments are closed.