Latest Odisha News

BREAKING NEWS

ଭାରତର ୧୯ ଲକ୍ଷ ଭିଡିଓ ହଟେଇଲା ୟୁ ଟ୍ୟୁବ

ନୂଆଦିଲ୍ଲୀ: ୟୁଟ୍ୟୁବ ଚଳିତ ବର୍ଷ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ଭାରତର ୧୯ ଲକ୍ଷରୁ ଅଧିକ ଭିଡିଓ ହଟେଇଛି । ସାମ୍ପ୍ରଦାୟିକ ଉତେଜନା ଓ ୟୁଟ୍ୟୁବ ମାନଦଣ୍ଡକୁ ଏହି ଭିଡିଓଗୁଡିକ ଉଲ୍ଲଘଂନ କରିଥିଲା । ଅନ୍ୟ ଦେଶ ତୁଳନାରେ ଭାରତରେ ସର୍ବାଧିକ ଭିଡିଓ ହଟେଇବାକୁ ୟୁ ଟ୍ୟୁବ ବାଧ୍ୟ ହୋଇଛି । ଓଭରାଲ ସାରା ବିଶ୍ୱର ୬୪.୮ ଲକ୍ଷ ଭିଡିଓ ହଟାଯାଇଛି । ଆମେରିକାର ୬.୫୪ ଲକ୍ଷ, ରୁଷର ୪.୯୧ ଲକ୍ଷ ଓ ବ୍ରାଜିଲର ୪.୪୯ ଲକ୍ଷ ଭିଡିଓ ୟୁଟ୍ୟୁବ ହଟେଇଛି । ଏ ନେଇ ଏହି ଭିଡିଓ ଷ୍ଟ୍ରିମିଂ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଆରମ୍ଭ ଦିନରୁ ଆମେ ସର୍ବଦା ସମାଜକୁ କ୍ଷତିଗ୍ରସ୍ତ କରୁଥିବା ଭିଡିଓ ଉପରେ କଟକଣା ଲଗାଇ ଆସିଛୁ । ଆଗକୁ ମଧ୍ୟ ଏହା ବଳବତର ରହିବ ।

ଭାରତରେ ଏତେମାତ୍ରାରେ ଏ ଭଳି ଭିଡିଓ ଆସୁଥିବାରୁ ୟୁଟ୍ୟୁବ ଚିନ୍ତା ବ୍ୟକ୍ତ କରିଛି । ଆମେ ଏକ ପ୍ଲାଟଫର୍ମ ମାଧ୍ୟମରେ ବିଶ୍ୱକୁ ଯୋଡିବାକୁ ଚାହୁଁଛି । ଏହା ମାଧ୍ୟମରେ ଅନେକ ରୋଜଗାର ସକ୍ଷମ ମଧ୍ୟ ହୋଇ ପାରୁଛନ୍ତି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.