Latest Odisha News

BREAKING NEWS

‘ଟ୍ରୁ କଲର’ ବ୍ୟବହାରକାରୀ ସାବଧାନ; ବିକ୍ରି ହେଉଛି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ !

ଭୁବନେଶ୍ୱର: ଆପଣଙ୍କ ଫୋନରେ ରହିଛିକି ‘ଟ୍ରୁ କଲର’ ଆପ ? ଯଦି ହଁ, ତେବେ ହୋଇ ଯାଆନ୍ତୁ ସତର୍କ ।

ଜୀବନକୁ ସରଳ ଓ ସୁବିଧାଜନକ କରିବା ପାଇଁ ଆମେ ମୋବାଇଲରେ ଅନେକ ପ୍ରକାର ଆପ ଇନଷ୍ଟଲ କରିଥାଉ ।

ଆପ୍ ଟିଏ ଇନଷ୍ଟଲ କରିବା ସମୟରେ ଏହାର ଟର୍ମ ଓ କଣ୍ଡିସନ ସମ୍ପର୍କରେ ପ୍ରୟତଃ କେହି ପଢିନଥାନ୍ତି। ଯାହାଦ୍ୱାରା ପର ମୁହୂର୍ତ୍ତରେ ସାଇବର ଠକେଇ ହେବାର ମଧ୍ୟ ସମ୍ଭାବନା ରହିଥାଏ ।

ତେବେ ଏହିଭଳି ଏକ ଆପ ବିରୁଦ୍ଧରେ ଆସିଛି ଏକ ସଙ୍ଗିନ ଅଭିଯୋଗ । ଟ୍ରୁ କଲର୍‌ ଆପ ପ୍ରାୟ ୪ କୋଟି ୭୫ ହଜାର ଭାରତୀୟ ୟୁଜର୍ସଙ୍କ ଡାଟା ସେଲ୍‌ କରିବା ପାଇଁ ଟ୍ରୁ କଲର୍‌ ଆପ୍‌ ଯୋଜନା କରୁଥିବା ଅନ୍‌ଲାଇନ୍‌ ଇଣ୍ଟେଲିଜେନ୍ସ ଫାର୍ମ ସାଇବଲ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି ।

ମୋବାଇଲରେ ବ୍ୟବହାର ହେଉଥିବା ଟ୍ରୁ କଲର ଆପ୍‌ ରେ ବ୍ୟବହାରକାରୀଙ୍କ ଠିକଣା, ଫୋନ ନମ୍ବର, ଫେସବୁକ୍‌ ଆଇଡି ସହ ବ୍ୟାଙ୍କ୍ ସମ୍ଭନ୍ଧୀୟ ତଥ୍ୟ ମଧ୍ୟ ଉପଲବ୍ଧ ରହିଛି । ଯାହାକୁ ଅପବ୍ୟବହାର କରିବାର ଆଶଙ୍କା ରହିଛି ।

ରିପୋର୍ଟ ଅନୁଯାୟୀ, ମାତ୍ର ୭୫ ହଜାର ଟଙ୍କାରେ ୪ କୋଟି ୭୫ ହଜାର ଭାରତୀୟଙ୍କ ବ୍ୟକ୍ତିଗତ ଡାଟାକୁ ବିକ୍ରି କରିବା ପାଇଁ ଗ୍ରାହକ ଖୋଜୁଛି ଟ୍ରୁ କଲର୍‌ ।

ଅନ୍‌ଲାଇନ୍‌ ଇଣ୍ଟେଲିଜେନ୍ସ ଫାର୍ମ ସାଇବଲ ଅନୁସାରେ ଆପଣଙ୍କ ବିନା ଅନୁମତିରେ ଆପଣଙ୍କର ସମସ୍ତ ଡାଟାକୁ ଟ୍ରୁ କଲର୍‌ ବିକ୍ରି କରିବା ନେଇ ଆଶଙ୍କା ଦେଖା ଦେଇଛି । ଏହି ରିପୋର୍ଟ ଅନୁଯାୟୀ ଡାଟା ବିକ୍ରି ହେବା ପରେ ଭାରତୀୟ ମାନେ ବିଭିନ୍ନ ପ୍ରକାର ଅନ୍‌ଲାଇନ୍‌ ସ୍କାମର ଶୀକାର ହୋଇପାରନ୍ତି ।

ମାତ୍ର ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ଟ୍ରୁ କଲ୍‌ର । ଆଉ କେଉଁ ସଂସ୍ଥା ‘ଟ୍ରୁ କଲର’ର ନାଁ ବ୍ୟବହାର କରି ଏଭଳି ଷଡଯନ୍ତ୍ର କରୁଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.