Latest Odisha News

BREAKING NEWS

ଏନ୍-୯୫ ମାସ୍କ ବ୍ୟବହାରକାରୀକୁ ସୁରକ୍ଷା ଦିଏ, ଆଖପାଖ ଲୋକଙ୍କୁ ନୁହେଁ !

ଏନ୍-୯୫ ମାସ୍କ ବ୍ୟବହାରକାରୀକୁ ସୁରକ୍ଷା ଦେବ  । କିନ୍ତୁ ଚାରିପଟ ଲୋକଙ୍କୁ ନୁହଁ  । ଏଭଳି ଗୁରୁତର ତଥ୍ୟକୁ ସାମ୍ନାକୁ ଆଣିଛନ୍ତି ବିଶେଷଜ୍ଞ  । ସେମାନଙ୍କ କହିବା କଥା ଏହି ପ୍ରକାର ମାସ୍କରେ ଥିବା ଭାଲ୍ବ ହିଁ ଏଥିପାଇଁ ମୁଖ୍ୟ ଦାୟୀ  । ପ୍ରଦୂଷଣର ମାତ୍ରା ଅଧିକ ହେଲେ ଏନ-୯୫ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଥାଏ  ।  କାରଣ ଏଥିରେ ଥିବା ଭାଲ୍ବ ବାୟୁମଣ୍ଡଳରେ ଥିବା କାର୍ବନ ଡାଇଅକ୍ସାଇଡ୍ ବା ଅଙ୍ଗାରକାମ୍ଳକୁ ନିଶ୍ୱାସରେ ଶରୀର ମଧ୍ୟକୁ ପ୍ରବେଶ କରାଇବାରୁ ରୋକିଥାଏ । କହିବାକୁ ଗଲେ ଏହାଦ୍ୱାରା ପ୍ରଦୂଷିତ ବାୟୁ ଛାଣି ହୋଇ ଶରୀର ମଧ୍ୟକୁ ଯାଇଥାଏ  । କିନ୍ତୁ ସେହି ଭାଲ୍ବ ଶରୀର ମଧ୍ୟରେ ଥିବା ଜୀବାଣୁକୁ ପ୍ରଶ୍ୱାସ ମାଧ୍ୟମରେ ଖୁବ୍ ସହଜରେ ବାହାରକୁ ନିର୍ଗତ କରାଇବାରେ ସହାୟକ ହୋଇଥାଏ  । ଯାହାକି ନିଶ୍ଚିତରୂପେ ଚିନ୍ତାଜନକ  ।

ବିଶେଷଜ୍ଞଙ୍କ ମତରେ ଯଦି ଏହି ପ୍ରକାରର ମାସ୍କ ବ୍ୟବହାର କରୁଥିବା ଜଣେ ବ୍ୟକ୍ତି କୋଭିଡ-୧୯ ସଂକ୍ରମିତ ହୋଇଥାଏ  । ତାହେଲେ ତା ଶରୀରରୁ ନିର୍ଗତ ହେଉଥିବା ଭୂତାଣୁ ଏବଂ ଜୀବାଣୁ ଅତି ସହଜରେ ଚାରିପାଖର ବ୍ୟକ୍ତିଙ୍କୁ ସଂକ୍ରମିତ କରିଦେବ  । ତେଣୁ ଏନ-୯୫ର ଭାଲ୍ବ ନଥିବା ମାସ୍କ ହିଁ ଅଧିକ ସୁରକ୍ଷିତ ବୋଲି ମତ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କୋଭିଡ-୧୯ କମିଟିର ପରାମର୍ଶଦାତା ତଥା ସ୍ଥାନୀୟ ପିଏସଆରଆଇ ହସପିଟାଲର ଅଧ୍ୟକ୍ଷ ଜି.ସି. ଖିଲାନୀ  । ଭାଲ୍ବ ଥିବା ଏନ-୯୫ ମାସ୍କର ସର୍ବସାଧାରଣରେ ବ୍ୟବହାର ନକରିବାକୁ ଖୁବଶୀଘ୍ର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ଆଡଭାଇଜରୀ ଜାରି ହେବାର ସୂଚନା ରହିଛି  ।

ତେବେ କୋଭିଡ-୧୯ ସଂକ୍ରମିତଙ୍କ ଚିକିତ୍ସାରେ ନିୟୋଜିତ ଥିବା ବ୍ୟକ୍ତି ଏହାର ବ୍ୟବହାର କରିବାରେ କୌଣସି ଅସୁବିଧା ନାହିଁ  । ଆଉ ସେମାନଙ୍କର ପିପିଇ କିଟରେ ଏହି ମାସ୍କ ଏକ ଅଂଶବିଶେଷ  । ଅନ୍ୟପଟେ ମାସ୍କ ବ୍ୟବହାର ଜଣେ ବ୍ୟକ୍ତିଙ୍କୁ କରୋନାରୁ ଶତ ପ୍ରତିଶତ ସୁରକ୍ଷା ଦେବ ତାହା ଭାବିବା ଭୁଲ୍ ବୋଲି କହିଛନ୍ତି ବିଶେଷଜ୍ଞ । ତେଣୁ ସମସ୍ତେ ସାମାଜିକ ଦୂରତା ନିୟମକୁ ଅଧିକ ମାନିବାର ଆବଶ୍ୟକତା ରହିଛି  ।

Leave A Reply

Your email address will not be published.