Latest Odisha News

ଏହି ସବୁ କାରଣ ଟିମ ଇଣ୍ଡିଆକୁ କରାଇବ ଚାମ୍ପିୟନ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଭାରତୀୟ କ୍ରିକେଟ ଟିମ ଦୁବାଇରେ ପଂହଚିଛନ୍ତି । ୨୦୧୭ ଫାଇନାଲ ପରାଜୟକୁ ଭୁଲି ଏଥର ଟିମ ଇଣ୍ଡିଆ ଟାଇଟଲ ହାସଲ ଲକ୍ଷ୍ୟରେ ରହିବ । ଷ୍ଟାର ପେସର ଯଶପ୍ରୀତ ବୁମରାହଙ୍କ ଅନୁପସ୍ଥିତିର ଭରଣା କିପରି ଦଳ କରୁଛି ସେଥିପ୍ରତି ନଜର ରହିବ । ତେବେ କେତେଗୁଡିଏ କାରଣ ଯୋଗୁ ଭାରତ ଏଥର ନିଶ୍ଚିତ ଭାବେ ଟାଇଟଲ ହାସଲ କରିବ ବୋଲି ପ୍ରଶଂସକ ଆଶା ବାନ୍ଧିଛନ୍ତି ।

ରୋହିତ-କୋହଲି କମ୍ବିନେଶନ: ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି କମ୍ବିନେଶନର ଟିମ ଇଣ୍ଡିଆର ମୂଖ୍ୟ ଅସ୍ତ୍ର ହେବ । ଟି୨୦, ଦିନିକିଆ ବିଶ୍ୱକପ ପରେ ଏବେ ସେମାନେ ଚାମ୍ପିୟନ୍ସ ଟ୍ରଫିରେ ଭଲ ପ୍ରଦର୍ଶନ ପାଇଁ ଉଦ୍ୟମ କରିବେ । ଇଂଲଣ୍ଡ ବିପକ୍ଷ ସିରିଜରେ ଉଭୟ ଖେଳାଳି ଫର୍ମକୁ ଫେରିଛନ୍ତି । ଯାହା ଦଳର ମନୋବଳ ବୃଦ୍ଧି କରିଛି ।
ଗିଲଙ୍କ ପ୍ରଦର୍ଶନ ଉପରେ ନଜର: ଶୁଭମନ ଗିଲ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି । ଇଂଲଣ୍ଡ ବିପକ୍ଷ ସିରିଜ ଏହାର ଜ୍ୱଳନ୍ତ ଉଦାହରଣ । ଉପ ଅଧିନାୟକ ଭାବେ ତାଙ୍କୁ ଏହି ଟ୍ରଫିରେ ବହୁତ କିଛି ପ୍ରମାଣିତ କରିବାକୁ ପଡିବ ।

ଯୁବ ପେସରଙ୍କ ଉପରେ ଦାୟିତ୍ୱ: ଯଶପ୍ରୀତ ବୁମରାହଙ୍କ ଅନୁପସ୍ଥିତିରେ ଅର୍ଶଦୀପ ସିଂ, ହର୍ଷିତ ରାଣାଙ୍କ ଉପରେ ପେସ ବୋଲିଂ ଦାୟିତ୍ୱ ନ୍ୟସ୍ତ ରହିବ । ସେମାନଙ୍କ ନିକଟରେ ଏହି ଫର୍ମାଟରେ ଭଲ ପ୍ରଦର୍ଶନ କରିବା ସୁଯୋଗ ରହିଛି ।
ସ୍ପିନର୍ସଙ୍କ ଉପରେ ଲାଗିଛି ବାଜି: ଭାରତ ଏଥର ପେସ ବଦଳରେ ସ୍ପିନ ବୋଲରଙ୍କ ଉପରେ ବାଜି ଲଗାଇଛି । ଦୁବାଇ ପିଚ ପେସରଙ୍କୁ ସୁହାଉଥିବାରୁ ଭାରତର ଏହି ରଣନୀତି ନେଇ ବିପକ୍ଷ ଟିମ ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି । ଅଧିକାଂଶ ସ୍ପିନର୍ସ ଉପଯୋଗୀ ବ୍ୟାଟ୍ସମ୍ୟାନ ହୋଇଥିବାରୁ ଏହା ଭାରତକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି । ବରୁଣ ଚକ୍ରବର୍ତି ଟିମ ଇଣ୍ଡିଆର ଟ୍ରମ୍ପ କାର୍ଡ ସାଜିବେ ବୋଲି ଅନୁମାନ କରାଯାଉଛି ।

ହାର୍ଦ୍ଦିକଙ୍କ ଉପରେ ଗୁରୁ ଦାୟିତ୍ୱ: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଗୁରୁ ଦାୟିତ୍ୱ ଟିମ ମ୍ୟାନେଜମେଂଟ ନ୍ୟସ୍ତ ରଖିଛି । ତାଙ୍କୁ ଉଭୟ ପେସ ଏବଂ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିବାକୁ ପଡିବ । ଚାମ୍ପିୟନ୍ସ ଟ୍ରଫି ଏହାର ପୂର୍ବ ମୁକାବିଲାରେ ହାର୍ଦ୍ଦିକ ପାକିସ୍ତାନ ବିପକ୍ଷରେ ୭୬ ରନର ଇନିଂସ ଖେଳିଥିଲେ । ସେ ଜଣେ ମ୍ୟାଚ ବିଜେତା ଖେଳାଳି ହୋଇଥିବାରୁ ପ୍ରଶଂସକଙ୍କ ଭରୋଷା ତାଙ୍କ ଉପରେ ରହିଛି । ଟି୨୦ ବିଶ୍ୱକପ ଫାଇନାଲରେ ସେ ପ୍ରଶଂସନୀୟ ବୋଲିଂ ପ୍ରଦର୍ଶନ କରିଥିଲେ । ଭାରତ ବାଂଲାଦେଶ, ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ତାର ମ୍ୟାଚ ଖେଳିବ ।

Comments are closed.