Latest Odisha News

ଦିନକରେ ସୁସ୍ଥ ହେଲେ ସର୍ବାଧିକ ୪୦୧ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା କରୋନା ସଂକ୍ରମଣ ମଧ୍ୟରେ ଆସିଛି ଖୁସି ଖବର । ଆଜି ଗୋଟିଏ ଦିନରେ ସର୍ବାଧିକ ୪୦୧ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭୪୦୭କୁ ବୃଦ୍ଧି ପାଇଛି ।

ଆଜି ଗଞ୍ଜାମରେ ସର୍ବାଧିକ ୧୦୦ ଓ ଗଜପତିରେ ୬୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି କଟକରୁ ୪୨, ଯାଜପୁରରୁ ୩୨, ଦେବଗଡ଼ରୁ ୧୯, କୋରାପୁଟରୁ ୧୮, ଖୋର୍ଦ୍ଧାରୁ ୧୫, ବରଗଡ଼ ଓ ଭଦ୍ରକରୁ ୧୪, ବାଲେଶ୍ବରରୁ ୧୨, କେନ୍ଦୁଝର ଓ ମାଲକାନଗିରିରୁ ୧୦ ଜଣ ଲେଖାଏଁ, ଜଗତସିଂହପୁରରୁ ୯, ଝାରସୁଗୁଡ଼ା ଓ ମୟୂରଭଞ୍ଜରୁ ୭ ଜଣ ଲେଖାଏଁ, କନ୍ଧମାଳରୁ ୬, ନୟାଗଡ଼ ଓ ସମ୍ବଲପୁରରୁ ୫ ଜଣ ଲେଖାଏଁ ସୁସ୍ଥ, ନବରଙ୍ଗପୁରରୁ ୪, କେନ୍ଦ୍ରାପଡ଼ାରୁ ୩ ଓ ଢେଙ୍କାନାଳରୁ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.