Latest Odisha News

BREAKING NEWS

ୟେସ ବ୍ୟାଙ୍କ କେସ୍: ରାଣା କାପୁର, ୱାଧାନ୍ସଙ୍କ ୨୫୦୦ କୋଟି ଟଙ୍କା ଜବତ କଲା ଇଡି

ନୂଆଦିଲ୍ଲୀ:ୟେସ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ସମ୍ପତ୍ତି ସହିତ ଦିଓ୍ୱାନ ହାଉସିଂ ଫାଇାନନ୍ସ ଲିମିଟେଡର ପ୍ରମୋଟର୍ସ କପିଲ ଏବଂ ଧିରଜ ଓ୍ୱଧାଓ୍ୱନଙ୍କ ୨୫୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୟେସ ବ୍ୟାଙ୍କ ମାମଲାରେ ଏହି ତିନି ଜଣ ଅଭିଯୁକ୍ତ ରହିଛନ୍ତି । ଏମାନଙ୍କ ବିରୋଧରେ ମାମଲା ଚାଲିଛି । ରାଣା କପୁର ଏବଂ ତାଙ୍କ ପରିବାର ମାଲିକାନାରେ ଥିବା ମୁମ୍ୱାଇ, ଦିଲ୍ଲୀ, ଲଣ୍ଡନ ଏବଂ ନ୍ୟୁୟର୍କର ମୋଟ ୧୧୦୦ କୋଟି ଟଙ୍କାର ସମ୍ପତ୍ତିକୁ ଇଡ଼ି ଜବତ କରିଛି । ସେହିପରି ଡିଏଚଏଫଏଲ ପ୍ରମୋଟର୍ସ ଓ୍ୱାଧାଓ୍ୱନ ବ୍ରଦର୍ସଙ୍କ ମୁମ୍ୱାଇ, ଅଷ୍ଟ୍ରେଲିଆ, ଲଣ୍ଡନ ଏବଂ ପୁଣେ ସମ୍ପତ୍ତି ଜବତ ହୋଇଛି ।

ଇଡି ଏହି ବ୍ୟାଙ୍କ ଘୋଟଲାର ତଦନ୍ତ କରି ଚଳିତ ବର୍ଷ ମେ ମାସରେ ପ୍ରାଥମିକ ଚାର୍ଜଶିଟ୍ ଦାଖଲ କରିଥିଲା । ଯେଉଁଥିରେ ରାଣା କପୁରଙ୍କ ସହିତ ତାଙ୍କ ସ୍ତ୍ରୀ ବିନ୍ଦୁ କପୁର, ଝିଅ ରୋଶନୀ, ରାଖି ଏବଂ ରାଧାଙ୍କ ନାମ ରହିଛି। ଯେଉଁଥିରେ ଇଡି ଉଲ୍ଲଖ କରିଥିଲା, ଡିଏଚଏଫଏଲକୁ ୟେସ ବ୍ୟାଙ୍କ ଲୋନ୍ ଦେଇଛି । ଏହି ଡିଏଚଏଫଏଲ ସହିତ ରାଣାଙ୍କ ପରିବାର ଲୋକଙ୍କର ସଂପୃକ୍ତି ରହିଛି । ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର ମଧ୍ୟ ଋଣ ଦେଇଥିବା କଥା ସ୍ୱୀକାର କରିଛନ୍ତି । ଏବେ ଇଡି ଖୁବଶୀଘ୍ର ଦ୍ୱିତୀୟ ଚାର୍ଜଶିଟ୍ ଦାଖଲ କରିବ ।

Leave A Reply

Your email address will not be published.