Latest Odisha News

BREAKING NEWS

ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ସୁସ୍ଥ, ଡିସଚାର୍ଜ ହେଲେ ୪୧୨୧ କରୋନା ରୋଗୀ

ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ରାଜ୍ୟରେ ଦୁଇଟି ବଡ ରେକର୍ଡ । ଗତ ୨୪ ଘଂଟାରେ ୪୨୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେହି ଅନୁପାତରେ ସୁସ୍ଥ ହୋଇଛନ୍ତି ରୋଗୀ । ଆଜି ରାଜ୍ୟରୁ ୪୧୨୧ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୨୯ ହଜାର ୮୫୯ରେ ପହଂଚିଛି ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୫୨ ରୋଗୀ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୪୪୦, ପୁରୀରୁ ୨୭୫, ଯାଜପୁରରୁ ୨୭୨, ନୂଆପଡାରୁ ୨୬୮, ଅନୁଗୁଳରୁ ୧୮୭, ବରଗଡ ଜିଲ୍ଲାରୁ ୧୮୧, ଢେଙ୍କାନାଳ ଜିଲ୍ଲାରୁ ୧୫୦, ମୟୂରଭଞ୍ଜ ଜିଲ୍ଲାରୁ ୧୨୬, ସୋନପୁରରୁ ୧୨୨, କୋରାପୁଟରୁ ୧୧୯, ବାଲେଶ୍ଵର ଓ ବଲାଙ୍ଗିରରୁ ୧୦୮ ଜଣ ଲେଖାଏଁ, ଗଞ୍ଜାମରୁ ୧୦୩ ରୋଗୀ ସୁସ୍ଥ ହୋଇ ଘରକୁ  ଫେରିଛନ୍ତି।

ସେହି ପରି ଜଗତସିଂହପୁର ଜିଲ୍ଲାରୁ ୯୭, କେନ୍ଦୁଝରରୁ ୮୩, ବୌଦ୍ଧରୁ ୭୬, କେନ୍ଦ୍ରାପଡାରୁ ୭୫, କନ୍ଧମାଳରୁ ୬୯, ଝାରସୁଗୁଡାରୁ ୬୬, ସୁନ୍ଦରଗଡରୁ ୬୪, ଭଦ୍ରକରୁ ୬୨, ରାୟଗଡାରୁ ୬୧, ସମ୍ବଲପୁର ଜିଲ୍ଲାରୁ ୬୦, ନୟାଗଡରୁ ୫୬, କଳାହାଣ୍ଡିରୁ ୫୧, ଗଜପତିରୁ ୨୯, ଦେବଗଡରୁ ୨୪, ନବରଙ୍ଗପୁରରୁ ୨୪ ଓ ମାଲକାନଗିରିରୁ ୧୩ ଜଣ କରୋନାରୁ ମୁକ୍ତ ହୋଇଛନ୍ତି। ଏହି ପରି ଆଜି ଗୋଟିଏ ସର୍ବକାଳୀନ ୪୧୨୧ କୋଭିଡ୍-୧୯ ପଜିଟିଭ୍ ଆରୋଗ୍ୟ ଲାଭ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୨ ହଜାର ୯୨୦ରେ ପହଞ୍ଚିଛି। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୫୬କୁ ବୃଦ୍ଧି ଘଟିଛି।

Leave A Reply

Your email address will not be published.