Latest Odisha News

BREAKING NEWS

ଭାରତର ସମୁଦ୍ର ସୀମାରେ ପ୍ରବେଶ କରି ୪୫ ମାଛଧରାଳିଙ୍କୁ ନେଇଗଲା ପାକିସ୍ତାନୀ ସେନା

ନୂଆଦିଲ୍ଲୀ: ପାକିସ୍ତାନ ବୁଧବାର ଭାରତକୁ ଚ୍ୟାଲେଞ୍ଜ ଦେବା ଭଳି କାର୍ଯ୍ୟ କରିଛି । ରିପୋର୍ଟ ମୁତାବକ ପାକିସ୍ତାନ ନେଭି ଭାରତୀୟ ସମୁଦ୍ର ସୀମାରେ ପ୍ରବେଶ କରି ୪୫ ମାଛଧରାଳିଙ୍କୁ ନେଇଯାଇଛି । ୮ ବୋଟରେ ଏହି ମାଛଧରାଳିମାନେ ମାଛ ଧରି ଫେରୁଥିବା ବେଳେ ପାକିସ୍ତାନ ଏଭଳି କାପୁରୁଷ କାର୍ଯ୍ୟ କରିଛି । ପୋରବନ୍ଦରର ୬ଟି ଏବଂ ବେରାବଲର ୨ଟି ବୋଟ ରହିଛି ।

ସମସ୍ତଙ୍କୁ କରାଚୀ ବନ୍ଦର ନିକଟରେ ଅଟକ ରଖାଯାଇଛି । ଉପରୋକ୍ତ ମାଛଧରାଳିଙ୍କ ପରିବାରବର୍ଗ କେନ୍ଦ୍ର ସରକାରଙ୍କ ନିକଟରେ ସାହାଯ୍ୟ ଲୋଡିଛନ୍ତି। ପୂର୍ବରୁ ୧୭ ଫେବୃୟାରୀରେ ପାକିସ୍ତାନ ସୌରାଷ୍ଟ୍ର ନିକଟରୁ ୧୭ ମାଛଧରାଳିଙ୍କୁ ଅପହରଣ କରି ନେଇ ଯାଇଥିଲା । ଏହି ଘଟଣା ପରେ ଭାରତର କୋଷ୍ଟ ଗାର୍ଡ ଆଲର୍ଟରେ ଅଛନ୍ତି ।

Leave A Reply

Your email address will not be published.