Latest Odisha News

ଜାଡରେ ଥରୁଛି ମୟୂରଭଞ୍ଜ, ୩ ଡିଗ୍ରୀ ସହ ରେକର୍ଡ ଭାଙ୍ଗିଲା ବାରାକାମୁଡ଼ା

ମୟୂରଭଞ୍ଜ: ରାଜ୍ୟରେ ଏବେ ଶୀତର ଲହରୀ ଜାରି ରହିଛି । ପ୍ରବଳ ଜାଡରେ ଥରୁଛି ମୟୂରଭଞ୍ଜ ଜିଲ୍ଲାର ବାରାକାମୁଡ଼ା। ଆଜି ସର୍ବନିମ୍ନ ତାପମାତ୍ରା ତିନି ଡିଗ୍ରୀ ରହିଛି। ଶିମିଳିପାଳ ପାଦଦେଶରେ ମଧ୍ୟ ଏହାର ପ୍ରଭାବ ଦେଖବାକୁ ମିଳିଛି। ଥଣ୍ଡାର ପ୍ରକୋପ ବଢ଼ିବା ସହ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ଗତକାଲି ଅଭୟାରଣ୍ୟର ଚହଲା ଏବଂ ଉପର ବାରାକାମୁଡାରେ ଗୁରୁବାର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ଫଳରେ ଏହାର ଆଖପାଖ ଅଞ୍ଚଳ ଠାକୁରମୁଣ୍ଡା, କରଞ୍ଜିଆ, ଯଶିପୁର, ଶୁକୃଳି ଓ ରରୁଆ ବ୍ଲକ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ଲୋକମାନେ କାଠ ଜାଳି ନିଆଁ ପୁଉଁଛନ୍ତି। ଶିମିଳିପାଳର ବିଭିନ୍ୟ ସ୍ଥାନରେ ଆଜିର ତାପମାତ୍ରା ହ୍ରାସ ପାଇଛି। ଉପର ବାରାକାମୁଡ଼ାରେ ତିନି ଡିଗ୍ରୀ, ନଅଣାରେ ପାଞ୍ଚ, ଚହଲାରେ ୪, ଗୁରିଗୁଡ଼ିଆରେ ୬, ବରେହିପାଣି ୬ ଏବଂ ରlମତିର୍ଥ ଠାରେ ୧୦ ଡିଗ୍ରୀ ରେକର୍ଡ ହୋଇଛି।

କିଛି ସ୍ଥାନରେ ୧୦ ତଳକୁ ଖସିଛି ତାପମାତ୍ରା । ୧୫ ତଳେ ରହିଛି ରାଜ୍ୟର ଅନେକ ସହର । ଆଗାମୀ ୩ ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ନଥିବା ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ଆଜିଠାରୁ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ଘନ କୁହୁଡି଼ ଅଧିକ ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.