Latest Odisha News

BREAKING NEWS

ସୁସ୍ଥ ହେଲେ ଆଉ ୬୧୨ ସଂକ୍ରମିତ, ୧୦,୦୦୦ ଡେଇଁଲା ମୋଟ ଆରୋଗ୍ୟ ସଂଖ୍ୟା

ଭୁବନେଶ୍ୱର: ବଢ଼ୁଥିବା ସଂକ୍ରମଣ ମଧ୍ୟରେ ଆସିଛି ଆଶ୍ୱସ୍ତିକର ଖବର । ଆଜି ଗୋଟିଏ ଦିନରେ ସର୍ବାଧିକ ୬୧୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହକୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ଆରୋଗ୍ୟ ସଂଖ୍ୟା ୧୦,୪୭୪ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।

ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଗଂଜାମରୁ ସର୍ବାଧିକ ୨୭୦ ଜଣ ଅଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୮୪, କେନ୍ଦୁଝରରୁ ୪୮, ଗଜପତିରୁ ୩୫, ବାଲେଶ୍ୱରରୁ ୩୧, ଖୋର୍ଦ୍ଧାରୁ ୨୮, ନୟାଗଡ଼ାରୁ ୨୫, ଯାଜପୁରରୁ ୨୦, ମୟୁରଭଞ୍ଜରୁ ୧୫, କଟକରୁ ୧୦, କୋରାପୁଟରୁ ୧୦, ଜଗତସିଂହପୁରୁ ୧୦, ବରଗଡ଼ରୁ ୬, ପୁରୀରୁ ୬, ବଲାଙ୍ଗୀରରୁ ୫, କେନ୍ଦ୍ରାପଡ଼ାରୁ ୩, କଳାହାଣ୍ଡିରୁ ୨, କନ୍ଧମାଳରୁ ୨, ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

Comments are closed.