Latest Odisha News

BREAKING NEWS

ଆଖି ବନ୍ଧ କରି କାକୁଡ଼ି କାଟି ରେକର୍ଡ କଲେ ଯୁବକ

କାନାଡ଼ା: ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ବିଭିନ୍ନ କୌଶଳ ହେଉ ବା କିଛି ସ୍ୱତନ୍ତ୍ର କାରନାମା କରି ବିଶ୍ୱ ରେକର୍ଡ଼ କରିଥାନ୍ତି । ଏବେ ସେମିତି କାନାଡ଼ାର ଜଣେ ଯୁବକ ଆଖି ବନ୍ଧ କରି କାକୁଡ଼ି କାଟି ରେକର୍ଡ଼ କରି ଚର୍ଚ୍ଚାକୁ ଆସିଛନ୍ତି ।

BjdElectrycity

କାନାଡାର ଟରଣ୍ଟୋରେ ରୁହନ୍ତି ୱାଲେସ୍ ୱଙ୍ଗ୍ । ଟିକ୍‌ଟକ୍‌ରେ ‘ସିକ୍ସ ପ୍ୟାକ୍ ସେଫ୍‌’ ନାମରେ ପରିଚିତ । ରୋଷେଇରେ ତାଙ୍କର ଗଭୀର ରୁଚି ଓ ଅଭିଜ୍ଞତା ରହିଛି । ଏବେ ସେ ଚର୍ଚ୍ଚାରେ । କାରଣ ଆଖିରେ ପଟି ବାନ୍ଧି ଗୋଟିଏ କାକୁଡ଼ିକୁ ସର୍ବାଧିକ ଖଣ୍ଡରେ କାଟି ସେ ବିଶ୍ୱ ରେକର୍ଡ଼ କରିଛନ୍ତି । ସେ ମାତ୍ର ୩୦ ସେକେଣ୍ଡରେ କାକୁଡ଼ିରୁ ୧୬୬ଟି ଗୋଲ ବାହାର କରିପାରିଛନ୍ତି । ଏକ ଧାରୁଆ ଛୁରି ଧରି ଆଖିରେ ପଟି ବାନ୍ଧି ସୂକ୍ଷ୍ମ ଭାବେ କାକୁଡ଼ିକୁ କାଟିବାର ଦୃଶ୍ୟ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ୱଙ୍ଗ କହିଛନ୍ତି ଯେ, ମୋ ବାପାମାଆ ହଂକଂରୁ ଆସି କାନାଡ଼ାରେ ଏକ ଚୀନୀ ଭୋଜନାଳୟ ପରିଚାଳନା କରୁଛନ୍ତି । ପିଲାଟି ବେଳୁ ମୋର ଅବସର ସମୟ ରୋଷେଇ ଘରେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତିରେ କଟୁଥିଲା । ରୋଷେଇ ପାଠ୍ୟକ୍ରମରେ ସ୍ନାତକ ହାସଲ ପରେ ମୁଁ ବିଭିନ୍ନ ନାମୀଦାମୀ ରେସ୍ତେରାଁରେ ଚାକିରି ଜୀବନ ଆରମ୍ଭ କରିଲି । କର୍କଟ ରୋଗ ସହ ଦୀର୍ଘ ୧୬ ବର୍ଷ ଧରି ସଂଘର୍ଷ ବି କରୁଛି । ବାକି ଅନିଶ୍ଚିତ ଜୀବନକୁ ଖୁସିରେ କାଟିବା ପାଇଁ ଭିନ୍ନ କିଛି କରିବାକୁ ଇଛା କଲି । ତେଣୁ ରେସ୍ତୋରାଁରେ ଆଖିବୁଜି ସବୁ ପରିବା କାଟିବା ଅଭ୍ୟାସ କରିଲି, ଯାହା ମୋତେ ଏହି ରେକର୍ଡ ହାସଲରେ ସହାୟକ ହୋଇଛି ।

ୱଙ୍ଗ୍ ଆହୁରି କହିଛନ୍ତି ଯେ , ଦିନେ ମୋର ବାମହାତର ମଝି ଆଙ୍ଗୁଠିର ଶିରା କଟିଗଲା । ମାତ୍ର ସେଇ ଆଘାତପ୍ରାପ୍ତ ଆଙ୍ଗୁଠିକୁ ବ୍ୟବହାର ନ କରି କେମିତି ଦ୍ରୁତ ବେଗରେ କାଟିହେବ, ତାହା ମୁଁ ଅଭ୍ୟାସ କରିଲି । ଏବେ ମୋଟ ନଅଟି ଆଙ୍ଗୁଠି ସାହାଯ୍ୟରେ ଏହି ବିରଳ ରେକର୍ଡ କରିପାରିଛନ୍ତି ।

Leave A Reply

Your email address will not be published.