Latest Odisha News

BREAKING NEWS

ତେଲେଙ୍ଗାନାରେ କେସିଆର ଖରାପ ବିଧାୟକ ଭଲ, ଛତିଶଗଡରେ ବଘେଲ ଭଲ ବିଧାୟକ ଖରାପ!

ଭୁବନେଶ୍ୱର: ଦେଶର ଚାରୋଟି ପ୍ରମୁଖ ରାଜ୍ୟର ନିର୍ବାଚନ ପୂର୍ବରୁ ଏକ ସର୍ଭେକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ ନିର୍ବାଚନ ହେବାକୁ ଥିବାରୁ ସେଠାରେ ଥିବା ନିର୍ବାଚିତ ବିଧାୟକ ମାନଙ୍କ ଉପରେ ଲୋକେ କେତେ ସନ୍ତୁଷ୍ଟ ତାକୁ ନେଇ ରିପୋର୍ଟ ଆସିଛି।

ତେଲେଙ୍ଗାନାରେ ନିର୍ବାଚିତ ବିଧାୟକଙ୍କ ଉପରେ ଲୋକଙ୍କ ରାଗ ସବୁଠୁ କମ ଥିବାବେଳେ ଛତିଶଗଡ଼ରେ ଏହା ସବୁଠୁ ଅଧିକ ରହିଛି। ଛତିଶଗଡ଼ରେ ୪୪ ପ୍ରତିଶତ ବିଧାୟକଙ୍କ ଉପରେ ଲୋକଙ୍କ ରାଗ ରହିଥିବା ବେଳେ ତେଲେଙ୍ଗାନାରେ ଏହି ପ୍ରତିଶତ ୨୭.୬ ରହିଛି।

ରାଜସ୍ଥାନରେ ଏହା ୨୮.୩ ପ୍ରତିଶତ ରହିଛି। ମଧ୍ୟପ୍ରଦେଶରେ ଏହି ପ୍ରତିଶତ ୪୦.୪ ରହିଛି। ଛତିଶଗଡ଼ରେ ନିର୍ବାଚିତ ବିଧାୟକଙ୍କ ଉପରେ ଲୋକେ ସର୍ବାଧିକ ଅସନ୍ତୁଷ୍ଟ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡିକ ମଧ୍ୟରେ ସବୁଠୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ।

ସେପଟେ କିନ୍ତୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ଅସନ୍ତୋଷ ରହିଛି । ରିପୋର୍ଟ ଅନୁଯାୟୀ କେସିଆରଙ୍କ ବିରୋଧରେ ୫୦.୨ ପ୍ରତିଶତ ଭୋଟରଙ୍କ କ୍ରୋଧ ରହିଥିବାବେଳେ ଅଶୋକ ଗେହଲଟଙ୍କ ବିରୋଧରେ ୪୯.୨ ପ୍ରତିଶତ ଲୋକଙ୍କ କ୍ରୋଧ ରହିଛି ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡିଙ୍କ ବିରୋଧରେ ୩୫.୧ ପ୍ରତିଶତ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବିରୋଧରେ କ୍ରୋଧର ପ୍ରତିଶତ ୨୭ ରହିଛି । ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କ ପ୍ରତିଶତ ୩୭.୧ ରହିଛି ।

ଆଇଏଏନଏସ ସି ଭୋଟର ଆଙ୍ଗର ଇଣ୍ଡେକ୍ସ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଭାବେ ବଘେଲ ସବୁଠୁ କମ କ୍ରୋଧର ଶିକାର ହୋଇଛନ୍ତି। ସେପଟେ କିନ୍ତୁ ଆନ୍ଧ୍ରପ୍ରଦେଶ ବିଧାୟକଙ୍କ ଉପରେ ୪୪.୯ ପ୍ରତିଶତ ଓ ମିଜୋରାମରେ ୪୧.୨ ପ୍ରତିଶତ ବିଧାୟକଙ୍କ ଉପରେ ଲୋକେ ଅସନ୍ତୁଷ୍ଟ ରହିଛନ୍ତି।

ଦେଶର ସାଧାରଣ ନିର୍ବାଚନ ପୂର୍ବରୁ ଚାରୋଟି ପ୍ରମୁଖ ରାଜ୍ୟର ନିର୍ବାଚନ ଉପରେ ସବୁ ଦଳର ନଜର ରହିଛି। ଏପରିକି ସେଠାରେ ଜିତିବା ପାଇଁ ପ୍ରମୁଖ ଦଳଗୁଡିକ ଉଦ୍ୟମ ରହିଛି।

ଏହି ରିପୋର୍ଟ ଆଧାରରେ ଦଳଗୁଡିକ ବିଭିନ୍ନ ନିର୍ବାଚନ ମଣ୍ଡଳୀର ନିର୍ବାଚିତ ପ୍ରତିନିଧିଙ୍କ ଟିକେଟ କାଟିବେ ବୋଲି ଚର୍ଚ୍ଚା ହେଉଛି। ତେଣୁ ବିଧାୟକ ମାନଙ୍କ ବିରୋଧରେ ଥିବା ରାଗ କିଭଳି ନିର୍ବାଚନରେ ଦଳ ବିରୋଧରେ ପ୍ରତିଫଳିତ ନ ହେଉ ସେଥିପାଇଁ ରିପୋର୍ଟ ପରେ ଦଳର ଶୀର୍ଷ ନେତୃତ୍ୱ ଏହାକୁ ବେଶ ଗୁରୁତ୍ୱ ଦେଉଥିବା କୁହାଯାଉଛି।

Leave A Reply

Your email address will not be published.