Latest Odisha News

BREAKING NEWS

ପ୍ରବଳ ବର୍ଷାରେ ଉବୁଟୁବୁ ଦିଲ୍ଲୀ ,୨୪ ଘଣ୍ଟାରେ ସର୍ବାଧିକ ବୃଷ୍ଟିପାତ ରେକର୍ଡ

ଦିଲ୍ଲୀ : ପ୍ରବଳ ବର୍ଷାରେ ଉବୁଟୁବୁ ଦିଲ୍ଲୀ । ବର୍ଷା ଜାରି ରହିବା ଯୋଗୁଁ ଦିଲ୍ଲୀରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଆଜି ବି ସହରରେ ବର୍ଷା ଜାରି ରହିଛି। ଘରୋଇ ପାଣିପାଗି ବିଭାଗ ଏଜେନ୍ସି ସ୍କାଏମେୟ ସୂଚନା ଅନୁସାରେ ଗତ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ସର୍ବାର୍ଧିକ ବୃଷ୍ଟିପାତ ରେକର୍ଡ ହୋଇଛି।

ସଫଦରଜଙ୍ଗରେ ଆଜି ସକାଳ ୫.୩୦ ପର୍ଯ୍ୟନ୍ତ ୮୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏବଂ ପାଲାମରେ ୫୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେପଟେ ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ ଗାଜିଆପୁର ଫଳ ମାର୍କଟ ଜଳଗମ୍ନ ହୋଇଯାଇଛି । ବିମାନ ଚଳାଚଳ ଓ ରେଳଚଳା ବାଧାପ୍ରାପ୍ତ ହୋଇଛି । ସେପଟେ ଆଜି ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.