Latest Odisha News

BREAKING NEWS

ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

କୋରାପୁଟ: ସୁରକ୍ଷାବାହିନୀକୁ ବଡ଼ଧରଣର ସଫଳତା । ମାଟି ତଳୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କଲେ ଏସ୍‌ଓଜି ଯବାନ । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅଧୀନ କୋଡ଼ାପୁଟ ଓ ଗୁମୁଡାପୁଟ ଗାଁ ଜଙ୍ଗଲରୁ ଏହି ମାଓ ସାମଗ୍ରୀ ଜବତ ହୋଇଛି ।

କୋରାପୁଟ ଏସ୍‌ପିଙ୍କ ସୂଚନା କ୍ରମେ, ବିଶ୍ବସ୍ତ ସୂତ୍ରରୁ ଖବର ପାଇ କୋରାପୁଟ-ମାଲକାନଗିରି-ଆନ୍ଧ୍ରପ୍ରଦେଶ ସୀମାନ୍ତ ମାଛକୁଣ୍ଡ ଥାନା ଅଧୀନ ଏକ ଜଙ୍ଗଲରେ ମାଓସାମଗ୍ରୀ ଥିବା ନେଇ ଯବାନ ମାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଯେଉଁଥିରେ ବିପୁଳ ପରିମାଣର ବିସ୍ପୋରକ ସହ ଅନ୍ୟ ମାଓ ସାମଗ୍ରୀ ଜବତ ହୋଇଛି ।

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଏହି ସାମଗ୍ରୀ ଲୁଚାଇ ରଖାଯାଇଥିବା ଜଣାପଡିଛି । ତେବେ ଜବତ ସାମଗ୍ରୀ ଭିତରେ ୧୭ ଟି ଟିଫିନ ବମ୍‌, କୋଡେକ୍ସ ତାର, ଗୋଟିଏ ବନ୍ଧୁକ, ଗୁଳି, ଓ ଅନ୍ୟ ମାଓ ସାମଗ୍ରୀ ରହିଛି । ଗତ କିଛି ଦିନ ହେବ ମାଓବାଦୀଙ୍କ ଟାର୍ଗେଟରେ ଅନେକ ସୁରକ୍ଷାକର୍ମୀଙ୍କ ପ୍ରାଣହାନୀ ଘଟିଥିବାବେଳେ, ଏବେ ଆଉ ଏକ ବଡ ଯୋଜନା କରିଥିଲେ ମାଓବାଦୀ । ଯାହାକୁ ଭଣ୍ଡୁର କରିଛନ୍ତି ସୁରକ୍ଷାବାହିନୀ ।

Leave A Reply

Your email address will not be published.