Latest Odisha News

BREAKING NEWS

ଐତିହ୍ୟ ପଦଯାତ୍ରୀଙ୍କ ଯାଜପୁର ପରିଦର୍ଶନ

ଯାଜପୁର : କଟକ ହେରିଟେଜ ୱାକସ ନେତୃତ୍ୱରେ ଆୟୋଜିତ ଯାଜପୁରର ଡାକ ଯାତ୍ରାରେ ପ୍ରାୟ ପଚିଶ ଜଣ ଐତିହ୍ୟ ପ୍ରେମୀ ବିରଜା କ୍ଷେତ୍ର ପରିଦର୍ଶନ କରିଛନ୍ତି ।

ପ୍ରାରମ୍ଭରେ ଆବାହକ ଦୀପକ ସାମନ୍ତରାୟଙ୍କ ସ୍ୱାଗତ ତଥା ଯାଜପୁର ଜିଲ୍ଲା ସମ୍ପର୍କିତ ସାମାନ୍ୟ ସୂଚନା ସହ ଆରମ୍ଭ ହୋଇଥିବା ଏହି ପରିଦର୍ଶନରେ ପ୍ରତ୍ନତତ୍ତ୍ଵ ଗବେଷକ ରବିନ୍ଦ୍ର କୁମାର ମିଶ୍ରଙ୍କ ତତ୍ତ୍ୱ ତତ୍ତ୍ବାବଧାନରେ ଯାଜପୁର ସଂଗ୍ରହାଳୟ, ଥିବା ତିନି ସପ୍ତମାତୃକାଙ୍କ ମୂର୍ତ୍ତି, ଅବଲୋକେତଶ୍ଵର ପଦ୍ମପାଣିଙ୍କ ମୂର୍ତ୍ତି, ବୈତରଣୀ ନଦୀ କୂଳରେ ଅବସ୍ଥିତ ମୂଳ ବରାହନାଥ ମନ୍ଦିର, ନାମ ଦଶ୍ଵାଶ୍ୱମେଧ ଘାଟ, ଜଗନ୍ନାଥ ମନ୍ଦିର, ପଦଯାତ୍ରୀମାନେ ସିଦ୍ଧେଶ୍ୱର ମନ୍ଦିର, ତ୍ରିଲୋଚନେଶ୍ୱର ମନ୍ଦିର, ଗୋପିନାଥ ମନ୍ଦିର, ବିରଜା ମନ୍ଦିର, ଅଠରନଳା ପୋଲ ଆଦି ବୁଲି ଦେଖିଥିଲେ ।

ଏହି ଅବସରରେ ପଦଯାତ୍ରାର ଏହି ବିଶେଷ ବିଶେଷ ଅବସରରେ ଭାଗ ନେଇଥିଲେ ପ୍ରତିଷ୍ଠାତା ସଦସ୍ୟ ବିକାଶ ଦାସ, କିଶୋର ବିଟ୍, ଜୟନ୍ତ ସିଂହ, ଜିତେନ୍ଦ୍ରିୟ ସିଂହ, ବିଶ୍ଵ ରଞ୍ଜନ ଦେହୁରୀ, ଦିଲ୍ଲୀପ ପରିଡ଼ା, ପଲ୍ଲବିକା ତ୍ରିପାଠୀ, ବିଶେଶ୍ୱର ଦାସ ଏବଂ କଟକ ହେରିଟେଜ ୱାକସର ଅନେକ ସଦସ୍ୟମାନେ ଭାଗ ନେଇଥିଲେ ।

Leave A Reply

Your email address will not be published.