Latest Odisha News

ବେଗୁନିଆପଡା ଓ ଏଲ୍ ଏମ୍ ବିଭାଗରେ ବିନା ବିଜ୍ଞାପନରେ ନିଯୁକ୍ତି ଅଭିଯୋଗ

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ଥିବା ଓଡିଶା ଜୀବିକା ମିଶନ (OLM)ବିଭାଗରେ ଚାଲୁଛି ଆଇନକୁ ଆଖି ଠାର l ନା ଅଛି ପ୍ରତିବନ୍ଧକ ନା ଅଛି ଡର କି ଭୟ l ସରକାରୀ ବ୍ୟବସ୍ଥାକୁ ଅବମାନନା କରି ଚାଲିଛି ରାବଣ ରାଜ l

BjdElectrycity

ପ୍ରାପ୍ତ ସୂଚନା ଅନୁଯାୟୀ ଓ ଏଲ୍ ଏମ୍ ବିଭାଗରେ ୫ ମାସ ପୂର୍ବେ ବେଗୁନିଆପଡା ପଂଚାୟତରେ ପ୍ରାଣୀ ମିତ୍ର ପାଇଁ ଗୋଟିଏ ପଦବୀ ସହ କୃଷି ମିତ୍ର ପାଇଁ ୨ ଟି ପଦବୀରେ ନିଯୁକ୍ତି ହେବା ପାଇଁ ଜିଲ୍ଲା ସ୍ତରରୁ ନିର୍ଦ୍ଦେଶନାମା ଆସିଥିଲା । ଏହି ପଦବୀ ପାଇଁ ଓ ଏଲ ଏମ୍ ର କାର୍ଯ୍ୟନିର୍ବାହୀ କମିଟି ଦ୍ୱାରା ଅନୁମୋଦନ କରାଯାଇ ସ୍ୱତନ୍ତ୍ର ବିଜ୍ଞାପନ ମାଧ୍ୟମରେ ଆବେଦନ ଗ୍ରହଣ କରିବା ସକାଶେ ନିର୍ଦ୍ଦେଶନାମା ରହିଛି । ମାତ୍ର ବେଗୁନିଆପଡା ଓ ଏଲ୍ ଏମ୍ ବିଭାଗ ପକ୍ଷରୁ କୌଣସି ବିଜ୍ଞାପନ ନବାହାର କରାଯାଇ କେବଳ କାନ କୁହା ଖବର ମାଧ୍ୟମରେ ଆବେଦନ ଗ୍ରହଣ କରାଯାଇଥିଲା l

ପ୍ରାଣୀ ମିତ୍ର ପଦବୀ ପାଇଁ ୩ ଜଣ ଆବେଦନ କରିଥିବା ବେଳେ କୃଷି ମିତ୍ର ପଦବୀ ପାଇଁ ୨ ଜଣ ଆବେଦନ କରିଥିଲେ l କିନ୍ତୁ ପରୀକ୍ଷା ଦିନ ଉଭୟ ପଦବୀ ପାଇଁ ୨ ଜଣ ଲେଖାଏଁ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ l କୃଷି ମିତ୍ର ପାଇଁ ଜଣେ ମହିଳା ଚୟନ ହୋଇଛନ୍ତି।

ଏ ସମ୍ପର୍କରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ନବୀନ ସେନାପତିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଏହି ପଦବୀ ପାଇଁ କେବଳ ମହିଳା ହିଁ ଆବେଦନ କରିପାରିବେ ଓ ଏଥିପାଇଁ ଵିଜ୍ଞାପନ ନିହାତି ଆବଶ୍ୟକ l ଉକ୍ତ ମହିଳା ଏସ ଏଚ ଜି ର ସଦସ୍ୟା ହୋଇଥିବା ଦରକାର l

ଏଠାରେ ପ୍ରଶ୍ନ ଉଠୁଛିଯେ ବେଗୁନିଆପଡା ଓ ଏଲ୍ ଏମ୍ ଭାରପ୍ରାପ୍ତ କାର୍ଯ୍ୟଗ୍ରାହୀ କିପରି ବିନା ଵିଜ୍ଞାପନ ମାଧ୍ୟମରେ ଆବେଦନ ଗ୍ରହଣ କଲେ ଓ ଏହି ପଦବୀ କେବଳ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ତେବେ ପୁରୁଷ କିପରି ପରୀକ୍ଷା ଦେଲେ?

ସେପଟେ ଆବେଦନ ପାଇଁ ଶେଷ ତାରିଖ ଅତିକ୍ରମ ହୋଇଯାଇଥିଲେ ବି ତାଙ୍କ ମନ ମୁତାବକ ପ୍ରାର୍ଥୀଙ୍କ ଠାରୁ ପରେ କିପରି ଆବେଦନ ପତ୍ର ଗ୍ରହଣ କରିଥିଲେ ବୋଲି ଅଭିଯୋଗ ହୋଇଛି l ସେପଟେ କାର୍ଯ୍ୟକାରୀ କମିଟିର ବିନା ଅନୁମୋଦନରେ ଓ ଏଲ୍ ଏମ୍ କାର୍ଯ୍ୟଗ୍ରlହୀ ଜ୍ଞାନ ରଞ୍ଜନ ରାଉତ ମନ ଇଛା ରାଜ ଚଳାଇଥିବା ମହାସଂଘ ଇସି ମେମ୍ବର ଛାୟା ବେହେରା ଅଭିଯୋଗ କରିଛନ୍ତି l

ଯଥାଶୀଘ୍ର ଏହି ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ସହ ଏହି ଅନିୟମିତତା ର ତଦନ୍ତ ପାଇଁ ସାଧାରଣରେ ଦାବୀ ହୋଇଛି l

Leave A Reply

Your email address will not be published.