Latest Odisha News

ଅକ୍ଟୋବର ୧୮ରୁ ଏହି ସ୍ଥାନରେ ହେବ ଅଗ୍ନିପଥ ନିଯୁକ୍ତି ରାଲି

ପୁରୀ: ଅକ୍ଟୋବର ୧୮ରୁ ୨୬ ପର୍ଯ୍ୟନ୍ତ ପୁରୀରେ ଭାରତୀୟ ସୈନ୍ୟବାହିନୀ ପକ୍ଷରୁ ଅଗ୍ନିପଥ ଯୋଜନା ଅଧୀନରେ ନିଯୁକ୍ତି ରାଲି କରାଯିବ।

ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ରାଲି ତାଳବଣିଆର ଜିଲ୍ଲା କ୍ରୀଡା କମ୍ପ୍ଲେକ୍ସ ଏବଂ ସହରର ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ସାଧାରଣ ପ୍ରବେଶିକା ପରୀକ୍ଷା (ସିଇଇ) ରେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ଶାରୀରିକ ଏବଂ ମେଡିକାଲ ପରୀକ୍ଷା ପାଇଁ ଡକାଯାଇଛି।

କଟକ, ପୁରୀ, ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା ଏବଂ ନୟାଗଡ଼ ଜିଲ୍ଲାର ପ୍ରାର୍ଥୀମାନେ ଏହି ରାଲିରେ ସାମିଲ ହେବାକୁ କୁହାଯାଇଛି। ଏହା ବ୍ୟତୀତ ସୈନିକ ପଦବୀ ପାଇଁ ମଧ୍ଯ ପ୍ରାର୍ଥୀମାନେ ଏହି ରାଲିରେ ଅଂଶଗ୍ରହଣ କରିପାରିବେ।

ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କ ଆଡମିଟ୍ କାର୍ଡଗୁଡିକ ସେମାନଙ୍କର ପଞ୍ଜୀକୃତ ଇ-ମେଲ୍ ଆଇଡିରେ ପଠାଯାଇଛି। ସେମାନେ ଏହି ନିଯୁକ୍ତି ରାଲି ପାଇଁ ଆଡମିଟ୍ କାର୍ଡକୁ ଭାରତୀୟ ସେନାର ଅଫିସିଆଲ୍ ୱେବସାଇଟ୍ www.joinindianarmy.nic.in ରୁ ଡାଉନଲୋଡ୍ ମଧ୍ଯ କରିପାରିବେ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ଏହାବ୍ୟତୀତ ରାଲି ସମ୍ପର୍କରେ କୌଣସି ଦ୍ବନ୍ଦ ଥିଲେ କଟକର ଆର୍ମି ରିକ୍ର୍ୟୁଟିଂ ଅଫିସକୁ ଫୋନ୍ କରି ସୂଚନା ପାଇପାରିବେ।

Comments are closed.