Latest Odisha News

BREAKING NEWS

ଆସନ୍ତାକାଲି ଏହି ଜିଲ୍ଲାର ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି ରହିବ ବନ୍ଦ; ବନ୍ୟାର ଆଶଙ୍କା ଦୃଷ୍ଟିରୁ ପ୍ରଶାସନ ସଜାଗ

ମୟୂରଭଞ୍ଜ:ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସୋମବାର ରାଜ୍ୟର ଚାରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ରେଡ ଆଲର୍ଟ ମୟୂରଭଞ୍ଜ ଜିଲ୍ଲାକୁ ଥିବାରୁ ତିନିଦିନ ପାଇଁ ଅଙ୍ଗନବାଡି ଓ ଦିନକ ପାଇଁ ସ୍କୁଲ ବନ୍ଦ ରହିବ।

ସୂଚନାଥାଉକି,ପ୍ରବଳ ବର୍ଷାର ଆଶଙ୍କାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାରେ ଆସନ୍ତାକାଲି ଅର୍ଥାତ୍ ଜୁନ୍ ୩୦, ୨୦୨୫ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି।

ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ର ସୋମବାର,ମଙ୍ଗଳବାର ଓ ବୁଧବାର ଯାଏ ବନ୍ଦ ରହିବାକୁ ରହିଥିବାବେଳେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ କେବଳ ସୋମବାର ପାଇଁ ବନ୍ଦ ରହିବ ବୋଲି ଜଣାପଡିଛି।

ଏନେଇ ଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି ଯେ, ପାଗରେପରିବର୍ତ୍ତନ ଆସିବା ପରେ ଏହି ସ୍କୁଲ ଓ ଅଙ୍ଗନବାକଡି କେନ୍ଦ୍ର ଖୋଲାଯିବ ।

ଏପଟେ ଜିଲ୍ଲାର ବିଭିନ୍ନ ଛୋଟବଡ଼ ନଦୀନାଳ କେତେକ ସ୍ଥାନରେ ଉଛୁଳି ବନ୍ୟାସ୍ଥିତି ସୃଷ୍ଟି କରିଥିବାର ମଧ୍ୟ ଦେଖିବାକୁ ମିଳିଛିl ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକାରୀମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି ।

ଝାଡ଼ଖଣ୍ଡର ଉପରମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁଁ ଓଡ଼ିଶାର ବାଲେଶ୍ବର ଓ ମୟୂରଭଞ୍ଜ ଜିଲାରେ ପୁଣି ଥରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀ ତିନୋଟି ପ୍ରମୁଖ ନଦୀରେ ବନ୍ୟାର ଆଶଙ୍କା ଦୃଷ୍ଟିରୁ ପ୍ରଶାସନ ସଜାଗ ହୋଇଛି। ରାଜ୍ୟ ସରକାର ବାଲେଶ୍ବର ଓ ମୟୁରଭଞ୍ଜ ଜିଲାର ଜିଲାପାଳଙ୍କୁ ସତର୍କ ରହିବାକୁ ଏବଂ ସ୍ଥାନାନ୍ତର ଓ ରିଲିଫ୍ କାର୍ଯ୍ୟକ୍ରମଙ୍କୁ ମନିଟର କରିବାକୁ ଜଳସଂପଦ ନିର୍ଦ୍ଦେଶ ବିଭାଗ ଦେଇଛି।

 

Comments are closed.