Latest Odisha News

ଲାଲ୍ କିଲ୍ଲା ଆକ୍ରମଣକାରୀ ଅଶଫାକକୁ ଫାଶୀ ନିର୍ଦ୍ଦେଶ ବଳବତ୍ତର

ନୂଆଦିଲ୍ଲୀ: ଲସ୍କର-ଏ-ତୋଇବା ସଂଗଠନର ଆତଙ୍କବାଦୀ ମହମ୍ମଦ ଆରିଫ ଓରଫ୍ ଅଶଫାକକୁ ମିଳିବ ଫାଶୀ । ଫାଶୀ ରାୟର ପୁନର୍ବିଚାର ଆବେଦନ ଖାରଜ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ୨୨ ସେପ୍ଟେମ୍ୱର ୨୦୦୦ ମସିହାରେ ଲାଲ୍ କିଲ୍ଲା ଉପରେ ଆକ୍ରମଣ କରିଥିଲା ଅଶଫାକ୍  । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଓ ଆତଙ୍କବାଦୀ ନିହତ ହୋଇଥିଲେ ।

ଏହି ମାମଲାରେ ଦିଲ୍ଲୀ ପୋଲିସ ୨୧ ଜଣଙ୍କୁ ଗିରଫ କରି ମାମଲା ରୁଜୁ କରିଥିଲା । ୨୦୦୫ରେ ଦିଲ୍ଲୀସ୍ଥିତ ତିସ୍ ହଜାରୀ ଜେଲ୍ ୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଓ ୬ ଜଣଙ୍କୁ ଦୋଷମୁକ୍ତ କରିଥିଲେ । ମୁଖ୍ୟ ଅପରାଧୀ ଆତଙ୍କବାଦୀ ଅଶଫାକଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ ।

ତିସ୍ ହଜାରୀ କୋର୍ଟ ଦ୍ୱାରା ଦିଆଯାଇଥିବା ଫାଶୀ ରାୟର ପୁନର୍ବିଚାର ପାଇଁ ତଳ କୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ନିରାଶ ହେବା ପରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ହେଲେ ଏହି ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

Leave A Reply

Your email address will not be published.