Latest Odisha News

୧ଟା ସୁଦ୍ଧା ୩୮.୭୫% ଭୋଟ୍ ରେକର୍ଡ, ବୁଥ୍ ରିଗିଂ ଅଭିଯୋଗ

ଧାମନଗର : ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ଅପରାହ୍ନ ୧ଟା ସୁଦ୍ଧା ୩୮.୭୫ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ଏନେଇ ସିଇଓଙ୍କ ଅଫିସରୁ ସୂଚନା ପ୍ରଦାନ କରାଯାଇଛି ।

ଲୋକେ ନିଜର ମନପସନ୍ଦର ପ୍ରାର୍ଥୀ ଚୟନ ପାଇଁ ଭୋଟ୍ ଦେବା ଜାରି ରଖିଛନ୍ତି । କେତେକ ସ୍ଥାନରେ ବୁଥ୍ ରିଗିଂ ଘଟଣା ସାମ୍ନାକୁ ଆସିଛି । ରାମେଶ୍ୱରପୁରର ୧୬୯ ଓ ୧୭୦ ନମ୍ୱର ବୁଥରେ ଉତ୍ତେଜନା ପ୍ରକାଶ ପାଇଥିବା ସୂଚନା ରହିଛି । ଦୁଇ ଗୋଷ୍ଠୀ ହାତାହାତି ହୋଇଥିବାବେଳେ ୨ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅଭିଯୋଗକୁ ଆଧାର କରି ଧାମନଗର ଥାନାରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।

ସେହିପରି ଖଳାଗଡିଆ ବୁଥ୍ ନମ୍ୱର ୨୨ ଓ ୨୩ରେ ରିଗିଂ ଅଭିଯୋଗ ହୋଇଛି । ବିଜେଡିକର୍ମୀ ରିଗିଂ କରୁଥିବା ନେଇ ବିଜେପିକର୍ମୀ ଅଭିଯୋଗ ଆଣିଛନ୍ତି ।

ଅବନ୍ତୀ ଦାସ(ବିଜେଡି), ସୂର୍ଯ୍ୟବଂଶୀ ସୁରଜ(ବିଜେପି), ବାବା ହରେକୃଷ୍ଣ ସେଠୀ(କଂଗ୍ରେସ), ରାଜେନ୍ଦ୍ର କୁମାର ଦାସ(ସ୍ୱାଧୀନ) ଓ ପବିତ୍ର ମୋହନ ଦାସ(ସ୍ୱାଧୀନ) ଉପନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ସନ୍ଧ୍ୟା ୬ଟା ଯାଏ ଭୋଟ୍‌ ଗ୍ରହଣ ଚାଲିବ।

Leave A Reply

Your email address will not be published.