Latest Odisha News

BREAKING NEWS

ଆଜି ସୃଷ୍ଟି ହେବ ଲଘୁଚାପ : ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା, ୮ ଜିଲ୍ଲାକୁ ରେଡ୍ ଆଲର୍ଟ

ଭୁବନେଶ୍ବର: ଆଜି ସୃଷ୍ଟି ହେବ ଲଘୁଚାପ । କେନ୍ଦୀୟ ବଙ୍ଗୋପସାଗର ପାଶ୍ୱବର୍ତ୍ତୀ, ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାରି ପ୍ରଭାବରେ ୩ ଦିନ ଅର୍ଥାତ୍ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି  । ଏସବୁ ଜିଲ୍ଲା ଗୁଡିକ ହେଉଛି  କଟକ, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ବୌଦ୍ଧ, ସୋନପୁର, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା । ଏହି ଜିଲ୍ଲାଗୁଡ଼ିକରେ ୭ରୁ ୨୦ ସେମି ବର୍ଷାର ଆକଳନ କରିଛି ଆଇଏମଡି। ରେଡ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ମାନଙ୍କରେ ତଳିଆ ଅଞ୍ଚଳରେ ପାଣି ଜମିବା ସହ ଫ୍ଲାସ ଫ୍ଲଡର ଆଶଙ୍କା ରହିଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ସହ କଚ୍ଚା ଘର କ୍ଷତିଗ୍ରସ୍ତ ହେବା ଆଶଙ୍କା ମଧ୍ୟ ରହିଛି। ପ୍ରବଳ ବର୍ଷା ହେବା ସମୟରେ ଗାଡିଚଳାଚଳ ପାଇଁ ବାରଣ କରାଯାଇଛି।

BjdElectrycity

ସେହିପରି  ଯାଜପୁର, ଜଗତସିଂହପୁର,ଖୋର୍ଦ୍ଧା, ପୁରୀ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼ ଓ ସମ୍ବଲପୁର ଆଦି ଜିଲ୍ଲାରେ  ୧୪ ତାରିଖ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି  । ୧୫ ତାରିଖ ପରେ କମିବ ବର୍ଷାର ପରିମାଣ । ଚଳିତ ମୌସୁମୀ ଋତୁରେ ଏଯାଏ ୯୦୪. ୫ମିମି ବର୍ଷା ରେକର୍ଡ ହୋଇଛି। ଯାହାକି ସ୍ବାଭାବିକ ବୃଷ୍ଟିପାତ ତୁଳନାରେ ୧୨ ପ୍ରତିଶତ କମ୍ । ରାଜ୍ୟର ୧୦ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୨୦ ଜିଲ୍ଲାରେ ସ୍ବାଭାବିକ ବୃଷ୍ଟିପାତ ହୋଇଛି । ତେବେ ଲଘୁଚାପ ବର୍ଷା ନିଅଣ୍ଟିଆକୁ ଭରଣା କରିବାର ଆଶା ରହିଛି ।

Leave A Reply

Your email address will not be published.