Latest Odisha News

BREAKING NEWS

କାର ଉପରେ ବସି ରିଲ୍‌ସ ବନାଇଲେ କନ୍ୟା, ଦେଲେ ଜରିମାନା

ଲକ୍ଷ୍ନୌ: ଏବେ ଲୋକେ ରିଲ୍ସ ପାଇଁ ପାଗଳ । ବିଶେଷକରି ଯୁବପିଢୀଙ୍କ ଭିତରେ ଏହି ମାନସିକତା ଅଧିକ ବସା ବାନ୍ଧିଛି । ସୋସିଆଲ ମିଡ଼ିଆରେ ଏହାର ଚାହିଦା ବଢୁଥିବାରୁ ମୋଟ ଉପରେ ଲୋକେ ସେଲ୍ଫି ଓ ରିଲ୍ସ ପାଇଁ ଏପରି ସ୍ତରକୁ ଚାଲିଯାଉଛନ୍ତି, ଯାହାକୁ ଦେଖି ଆଖି ଖୋସି ହୋଇଯିବ । ଏପରିକି ବିପଦପୂର୍ଣ୍ଣ ସ୍ଥାନରେ ମଧ୍ୟ ଲୋକେ ରିଲ୍ସ ବନାଇବାକୁ ପଛାଉନାହାନ୍ତି । ନିକଟରେ ଉତ୍ତରପ୍ରଦେଶର ଜଣେ ଯୁବତୀ କାରର ବୋନେଟ୍ ଉପରେ ବସି ରିଲ୍ସ ବନାଇବାକୁ ଯାଇ ଜରିମାନା ଭରିଛନ୍ତି । ଏହାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଉତ୍ତର ପ୍ରଦେଶର ପ୍ରୟାଗରାଜରେ ରହୁଥିବା ବର୍ଣ୍ଣିକା ଚୌଧୁରୀ ନାମକ ଜଣେ ଯୁବତୀ କନ୍ୟା ବେଶରେ ସଜ୍ଜିତ ହୋଇ କାରର ବୋନେଟ ଉପରେ ବସିଛନ୍ତି । ଫିଲ୍ମର ବିବାହ ଗୀତ ଜୋରରେ ବାଜୁଛି । ଆଗରେ ଜଣେ କ୍ୟାମେରା ମ୍ୟାନ୍ ତାଙ୍କ ଭିଡିଓ ଶୁଟ କରୁଛନ୍ତି । ଯୁବତୀ ଜଣକ ଏପରି ରିଲ୍ସ କରୁଥିବାରୁ ସେହି ବାଟ ଦେଇ ଯାଉଥିବା ପ୍ରତ୍ୟେକ ଲୋକ ବୁଲି ବୁଲି ତାଙ୍କୁ ଦେଖୁଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ସେଠାକାର ପୋଲିସ ଏହି ମାମଲାରେ ତାଙ୍କ ନାଁରେ ୧୫ ହଜାର ୫ ଶହ ଟଙ୍କାର ଜରିମାନା ଲଗାଇଛି । କେବଳ ସେତିକି ନୁହେଁ, ଏହି ଯୁବତୀ ଜଣକ ବିନା ହେଲ୍‌ମେଟରେ ସ୍କୁଟି ଚଲାଇ ରିଲ୍ସ ବନାଉଛନ୍ତି । ଏହି ଘଟଣାରେ ମଧ୍ୟ ପୋଲିସ ୧୫ ହଜାର ଟଙ୍କା ଜରିମାନା ଲଗାଇଛି । ଏହି ଭିଡ଼ିଓ ଦେଖିବା ପରେ କିଛି ଲୋକ ଏହାକୁ ନା ପସନ୍ଦ କରୁଛନ୍ତି ।

Leave A Reply

Your email address will not be published.