Latest Odisha News

କାଳବୈଶାଖୀ; ଟ୍ରେନ ଉପରେ ପଡିଲା ଗଛ

ରାୟଗଡା:ହଠାତ ମାଡି ଆସିଲା କାଳବୈଶାଖୀ । ଆଗକୁ ଗଡିପାରିଲାନି ଟ୍ରେନ । ଟ୍ରାକ ଉପରେ ଅଟକି ରହିଲା । ଆଉ ଏହି ସମୟରେ ପ୍ରବଳ ପବନରେ ଗଛ ଉପୁଡି ପଡିଲା ଟ୍ରେନ ଉପରେ  । ଏମିତି ଦୃଶ୍ୟ ଦେଖିବାକୁ ମିିଳିଥିଲା ଆଜି ଅରାହ୍ନରେ  ।

ଅନ୍ୟପକ୍ଷେ  ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଜି ତାଣ୍ଡବ ରଚିଛି । ବିଷମକଟକରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଝଡତୋଫାନ ବେଳେ ଆମ୍ବ ଗୋଟେଇବାକୁ ଯାଇଥିବା ବେଳେ ବଜ୍ରପାତ ହେବାରୁ ବୁଡୁ କନ୍ଦପାଣିଙ୍କ ମୃତ୍ୟୁ ହୋଇଛି ।

ସେହିପରି ଆଜି ଅପରାହ୍ଣରେ କାଳବୈଶାଖୀ ପ୍ରଭାବରେ ହଠାତ୍ ଝଡତୋଫନ ହେବାରୁ  ବିଶାଖାପାଟଣା-କୋରାପୁଟ ପାସେଞ୍ଜର ଟ୍ରେନ ଅଟକି ଯାଇଥିଲା । ଟ୍ରେନ ଇଞ୍ଜିନ୍ ଉପରେ ତେନ୍ତୁଳି ଗଛ ପଡିଯିବାରୁ ରାୟଗଡା ଜିଲ୍ଲା ବିସିଙ୍ଗପୁର ରୋଡ୍ ଠାରେ ଟ୍ରେନଟି ଅଟକିଥିଲା । ତେବେ ଗଛ କଟା ହେବା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାଯାଇଛି ।

ରାୟଗଡା ଜିଲ୍ଲାରେ  ବର୍ଷା-ପବନ ଯୋଗୁଁ ଅନେକ ସ୍ଥାନରେ ଗଛ ଭାଙ୍ଗିପଡିଛି । ଲୋକଙ୍କ ଘର ଉପରୁ ଛପର ଉଡିଯାଇଛି ।  ରାସ୍ତା ଓ ଗାଡି ଉପରେ ଗଛ ଭାଙ୍ଗିପଡିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.