Latest Odisha News

BREAKING NEWS

୫କେଜି ଗ୍ୟାସ୍ ବିକ୍ରି ବନ୍ଦ,ଇ-କେୱାଇସି ଥିଲେ ଏଜେନ୍ସିରୁ ଗ୍ୟାସ୍ ପାଇବେ

ଭୁବନେଶ୍ବର:ଆଉ ଖୋଲାରେ ବିକ୍ରି ହେବନି ଗ୍ୟାସ । କଳାବଜାରୀଙ୍କ ଉପରେ ରହିଛି ନଜର। କଳାବଜାରୀକୁ ରୋକିବପାଇଁ E-KYC କରିଛୁ । ଗ୍ୟାସ କଳାବଜାରୀ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା । ନିର୍ଦ୍ଦିଷ୍ଟ ଅବଧିରେ ଗ୍ୟାସ୍ ମିଳିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ରାଜ୍ୟର କୌଣସି ସ୍ଥାନରେ ଆଉ ଖୋଲାରେ ଗ୍ୟାସ ଭର୍ତ୍ତି କରିକି ଆଣିପାରିବେ ନାହିଁ । ସେହିଭଳି ଗ୍ୟାସ ବିକ୍ରିକୁ ନେଇ ମଧ୍ୟ ବଡ଼ ଘୋଷଣା କରାଯାଇଛି । କେବଳ ଏଜେନ୍ସି ଲାଇସେନ୍ସ ଥିବା ବ୍ୟକ୍ତି ହିଁ ଗ୍ୟାସ ବିକ୍ରି କରିବେ ।

ଯେଉଁମାନେ ବୁକିଂ କରିବେ ଓ ଯଦି ସେମାନଙ୍କ ନାଁରେ ଇ-କେୱାଇସି ଥିବ, ତାହାଲେ ସେହିମାନେ ହିଁ ଏଜେନ୍ସିରୁ ଗ୍ୟାସ୍ ପାଇବେ। ଖୋଲାରେ ଗ୍ୟାସ୍ ମିଳିବ ନାହିଁ। ନିର୍ଦ୍ଦିଷ୍ଟ ଅବଧିରେ ଗ୍ୟାସ ମିଳିବ। ୫ କେଜି ଗ୍ୟାସ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ହେବ। ସେ ଗୁଡ଼ିକ ବେଆଇନ। କହିଛନ୍ତି ଯୋଗାଣ ମନ୍ତ୍ରୀ ।

ସେପଟେ ରାଜ୍ୟରେ ଗ୍ୟାସ୍, ପେଟ୍ରୋଲ ଓ ଡିଜେଲ୍ ମହଜୁନ ଅଛି। ତେଣୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.