Latest Odisha News

BREAKING NEWS

ଲକ୍ଷ୍ମୀ ପୂଜା ଛୁଟିରେ ଖୋଲା ରହିବ ଆରଟିଓ ଅଫିସ୍‌

ଭୁବନେଶ୍ୱର: ଲକ୍ଷ୍ମୀ ପୂଜାରେ ରାଜ୍ୟର ସମସ୍ତ ଆରଟିଓ ଅଫିସ୍ ଖୋଲା ରହିବ ବୋଲି ସୂଚନା ଦେଇଛି ରାଜ୍ୟ ପରିବହନ ଅଥୋରିଟି ।

ପରିବହନ ବିଭାଗର ନିର୍ଦ୍ଦେଶାନୁଯାୟୀ ଏହି ଦିନରେ ତଥା ଅକ୍ଟୋବର ୩୧ ତାରିଖରେ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଆରଟିଓ କାର୍ଯ୍ୟାଳୟ ଖୋଲା ରହିବ ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

ପୂଜା ଛୁଟିରେ ଗାଡି ସୋ’ ରୁମରୁ ବିଭିନ୍ନ ଆକର୍ଷଣୀୟ ଅଫର ରଖାଯାଉଥିବା ବେଳେ ଏହି ସମୟରେ ଗ୍ରାହକମାନେ ଯାନବାହାନ ଅଧିକ କିଣିଥା’ନ୍ତି ।

ଫଳରେ ସେମାନେ ପଞ୍ଜିକରଣ ସମ୍ବନ୍ଧୀୟ କାଗଜପତ୍ର ଗ୍ରହଣ କରିବାରେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ପୂଜାରେ ଆରଟିଓ ଅଫିସ ଖୋଲା ରଖିବାକୁ ବିଭାଗ ପକ୍ଷରୁ ନଷ୍ପତ୍ତି ଗ୍ରହଣ କରାଯାଇଛି ।

Leave A Reply

Your email address will not be published.