Latest Odisha News

Farmers’s Registration Period: ରାଜ୍ୟ ସରକାରଙ୍କ ବଡ ଘୋଷଣା: ବଢିବ ଚାଷୀ ପଞ୍ଜୀକରଣ ଅବଧି

ଭୁବନେଶ୍ୱର: ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା। ବଢିବ ଚାଷୀ ପଞ୍ଜୀକରଣ ଅବଧି। ଯେଉଁ ଚାଷୀ ରହିଗଲେ, ସେମାନଙ୍କ ପାଇଁ ବିଚାର ଚାଲିଛି। ଖୁବଶୀଘ୍ର ନିଷ୍ପତି ନିଆଯିବ। କିନ୍ତୁ ପଞ୍ଜୀକରଣ ଅବଧି ବଢିବ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ‌

ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି । ଯେଉଁମାନେ ଚାଷ ଛାଡିଥିଲେ ସେମାନେ ଚାଷ କାର୍ଯ୍ୟରେ ଫେରୁଛନ୍ତି। ୧୯ ଲକ୍ଷ୍ୟ ୬୬ ହଜାର ଚାଷୀ ବର୍ତ୍ତମାନ ସୁଦ୍ଧା ପଞ୍ଜୀକରଣ କରିଛନ୍ତି। ଯେଉଁମାନେ ସରକାରୀ ଜମି, ଶ୍ମସାନ ଜମି, ମନ୍ଦିର ଜମି ରେଜିଷ୍ଟ୍ରେସନ୍ କରିଥିବେ, ସର୍ଭେ କରି ସେଗୁଡ଼ିକୁ କାଟି ଦିଆଯିବ।

Comments are closed.