Latest Odisha News

ଅଗଷ୍ଟ ୮ରୁ ଯୁକ୍ତ ୩ ପ୍ରଥମ ବର୍ଷ ରେଗୁଲାର୍ କ୍ଲାସ୍ ଆରମ୍ଭ

ଭୁବନେଶ୍ୱର : ଯୁକ୍ତ ତିନ ପ୍ରଥମ ବର୍ଷରେ ଛାତ୍ରଛାତ୍ରୀଙ୍କ ନିୟମିତ ପାଠ୍ୟକ୍ରମ ଧାର୍ଯ୍ୟ ହୋଇଥିବା ତାରିଖକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପୁନର୍ବାର ନିରୂପଣ କରାଯାଇଛି । ବିଭାଗ ପକ୍ଷରୁ ଗୁରୁବାର ଦିନ ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ ଚଳିତ ଶିକ୍ଷାବର୍ଷ ପାଇଁ ରେଗୁଲାର କ୍ଲାସ୍ ଅଗଷ୍ଟ ୮ରୁ ଆରମ୍ଭ ହେବ ।

ପୂର୍ବରୁ ଯୁକ୍ତ ତିନି ଲାଗି ରେଗୁଲାର କ୍ଲାସ୍ ଅଗଷ୍ଟ ୨୪ ତାରିଖରୁ ଆରମ୍ଭ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଏହି ନୂଆ ବିଜ୍ଞପ୍ତି ଅନୁଯାୟୀ, ସେମେଷ୍ଟାର ପରୀକ୍ଷା ଏବଂ ଯୁକ୍ତ ୩ରେ ସିବିସିଏସ୍ (ଚଏସ୍ ବେସଡ୍ କ୍ରେଡିଟ୍ ସିଷ୍ଟମ୍) ସାମିଲ କରାଯାଇଛି, ତେଣୁକରି କ୍ଲାସ୍ ବିଳମ୍ବରେ ଆରମ୍ଭ ହେଲେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପାଠ୍ୟକ୍ରମ ସମାପ୍ତ ହେବ ନାହିଁ ।

ରେଗୁରାଲ୍ କ୍ଲାସ୍ ଆରମ୍ଭ ହେଉଥିଲେ ମଧ୍ୟ ନାମଲେଖା ସୂଚୀରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଏହାବ୍ୟତୀତ ଅଗଷ୍ଟ ୨୪ରୁ +୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ଲାଗି ଡ୍ରେସ୍ କୋଡ୍ ଲାଗୁ କରିବା ପାଇଁ ସମସ୍ତ ଡିଗ୍ରୀ କଲେଜ, ଅଟୋନୋମସ୍ ଏବଂ ସେଲ୍ଫ ଫାଇନାନସିଂ ଡିଗ୍ରୀ କଲେଜର ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.