ଭୁବନେଶ୍ୱର : ପିଲାମାନଙ୍କ କ୍ଷେତ୍ରରେ ଅଟିଜିମ୍ ଓ ବାକ୍ ତଥା ଶ୍ରବଣଜନିତ ସମସ୍ୟା ବୃଦ୍ଧି ପାଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଉଦଘାଟିତ ହୋଇଛି ‘ରିହାବସ୍କେପ୍’ କ୍ଲିନିକ । ଓଡ଼ିଶା ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ସୁଲୋଚନା ଦାସ ଏହି ରିହାବିଲିଟେସନ ସେଣ୍ଟର ‘ରିହାବସ୍କେପ୍’କୁ ଉଦଘାଟିତ କରିଛନ୍ତି । ଏହି ଅବସରରେ ଓଲିଉଡ ସୁପରଷ୍ଟାର ସବ୍ୟସାଚୀ ମିଶ୍ର ଗରିବ ପରିବାରରୁ ଆସିଥିବା ବିଜେବି ଅଟୋନୋମେସ୍ କଲେଜର ଯୁକ୍ତ ଦୁଇ ଛାତ୍ର ଆର୍ୟାନ ଠାକୁରଙ୍କୁ ଏକ ଡିଜିଟାଲ ହିଅରିଂ ଏଡ୍ ଡିଭାଇସ ପ୍ରଦାନ କରିଥିଲେ ।
ସାମାଜିକ କର୍ମୀ ତଥା ଉଦ୍ୟୋଗୀ ବାଗ୍ମୀ ବିଶ୍ୱାଳ ଏବଂ ସିନିଅର ଅଡିଓଲୋଜିଷ୍ଟ ଡାକ୍ତର କୃଷ୍ଣେନ୍ଦୁ ସାହୁଙ୍କ ଦ୍ୱାରା ଏହି ଷ୍ଟାର୍ଟଅପ୍ ସ୍ଥାପନ କରାଯାଇଛି । ଏହି ରିହାବିଲିଟେସନ ସେଣ୍ଟର ସମସ୍ତ ଆଧୁନିକ ଉପକରଣ ଏବଂ ଅଭିଜ୍ଞ ଥେରାପିଷ୍ଟଙ୍କୁ ନେଇ ଏକ ପୂର୍ଣ୍ଣାଙ୍ଗ ଏବଂ ସଂପୂର୍ଣ୍ଣ ଥେରାପି ତଥା ହିଅରିଂ ସଲ୍ୟୁସନ୍ସ ସେଣ୍ଟର ରୂପ ନେଇସାରିଛି । ଏହା ଅଟିଜିମ, ଡାଉନ ସିଣ୍ଡ୍ରୋମ, ଏଡିଏଚ୍ଡି, ଏମ୍ଆର, ସିପି, ହିଅରିଂ ଇମ୍ପେୟାରମେଣ୍ଟ, ସ୍ପିଚ୍ ଆଣ୍ଡ ଲାଙ୍ଗୁଏଜ ଡିଲେ, ଭଏସ୍ ସମସ୍ୟା, ଷ୍ଟଟରିଂ ଆଦି ନିମନ୍ତେ ସ୍ୱତନ୍ତ୍ର ପିଲାଙ୍କ ପାଇଁ ସମ୍ପୂର୍ଣ୍ଣ ସମାଧାନ ଯୋଗାଇ ଦେଉଛି । ଏହା ସ୍ପିଚ୍ ଥେରାପି, ଅକ୍ୟୁପେସନାଲ ଥେରାପି, ଫିଜିଓଥେରାପି ସମେତ ବିଭିନ୍ନ ଥେରାପ୍ୟୁଟିକ୍ ସେବା ମିଳୁଛି । ଯାହା ସ୍ୱତନ୍ତ୍ର ଧରଣର ପିଲାଙ୍କର ସ୍ୱତନ୍ତ୍ର ଶିକ୍ଷାଗତ ଆବଶ୍ୟକତା ମଧ୍ୟ ପୂରଣ କରିବ ।
କେବଳ ପିଲା ନୁହେଁ ଶ୍ରବଣବାଧିତ ବ୍ୟକ୍ତିଙ୍କର ଶ୍ରବଣ ସମସ୍ୟା ଏବଂ ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ସର୍ବୋତ୍କୃଷ୍ଟ ମାନର ସେବା ଯୋଗାଇ ଦେବାକୁ ହିଅରିଂ ଏଡ୍ ଇଣ୍ଡଷ୍ଟ୍ରିରେ ୧ ନମ୍ବର କମ୍ପାନୀ ସିଗ୍ନିଆ ସହଯୋଗରେ ‘ରିହାବସ୍କେପ୍’, ଆଜି ପୂର୍ବ ଭାରତର ସର୍ବବୃହତ ବେଷ୍ଟ ସାଉଣ୍ଡ ସେଣ୍ଟର ଶୁଭାରମ୍ଭ କରିଛି । ଏଥିସହିତ ଏହା ସମଗ୍ର ରାଜ୍ୟ ଏବଂ ଏହି ରିଜନ୍ରେ ଅଧିକରୁ ଅଧିକ ଲୋକଙ୍କୁ ନିଜର ସେବା ଯୋଗାଇଦେବାକୁ ଅଧିକ ସଂଖ୍ୟାରେ ବେଷ୍ଟ ସାଉଣ୍ଡ ସେଣ୍ଟର ଖୋଲିବା ଯୋଜନା ରହିଛି ।
Comments are closed.