Latest Odisha News

BREAKING NEWS

କାହିଁକି ସିନ୍ଦୁର ପିନ୍ଧନ୍ତି ରେଖା, ଏହା ପଛର ରହସ୍ୟ କହିଲେ ଅଭିନେତ୍ରୀ

ମୁମ୍ବାଇ: ରେଖା ଏଭଳି ଜଣେ ଅଭିନେତ୍ରୀ ଯାହାଙ୍କ ପାଇଁ ଆଜି ବି ଅନେକ ଦିୱାନା ଅଛନ୍ତି । ବଲିଉଡର ଭେଟେରାନ ଅଭିନେତ୍ରୀ ରେଖାଙ୍କର ଆଜି ୭୦ ତମ ଜନ୍ମଦିନ ପାଳନ କରୁଛନ୍ତି। ବୟସ ୭୦ ଛୁଇଁଥିଲେ ମଧ୍ୟ ସେ ଆଜି ବି କୁଆଁରୀ । ଆଜି ମଧ୍ୟ ରେଖା ତାଙ୍କ ଚେହେରା ଏବଂ ଫ୍ୟାଶନ୍ ଷ୍ଟେଟମେଣ୍ଟ ପାଇଁ ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି। ରେଖା କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ ଜଣାଶୁଣା । ଦର୍ଶକଙ୍କୁ ଶହେରୁ ଅଧିକ ସୁପରହିଟ୍‌ ଚଳଚ୍ଚିତ୍ର ଭେଟି ଦେଇ ସେ ଏବେ ବି ସେମାନଙ୍କ ମନରେ ରାଜ୍ କରୁଛନ୍ତି।

ଆଜି ବି ନିଜର ଅପରୂପ ସୁନ୍ଦରତା ବଳରେ ସେ ବି-ଟାଉନ୍‌ର ଅନେକ ଯୁବ ଅଭିନେତ୍ରୀଙ୍କୁ ମାତ୍ ଦିଅନ୍ତି। ତାଙ୍କ ସୌନ୍ଦର୍ଯ୍ୟ ଆଗରେ ସବୁ ଫିକା। ରେଖା ସୁନ୍ଦରତାରେ ସବୁବେଳେ ସମସ୍ତଙ୍କୁ ଆକର୍ଷିତ କରନ୍ତି। ଏହି ଅଭିନେତ୍ରୀଙ୍କ ସମ୍ପୂର୍ଣ୍ଣ ନାମ ଭାନୁରେଖା ଗଣେସନ। କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ରେଖା ନାଁରେ ସେ ବେଶ୍ ଜଣାଶୁଣା । ୧୦ ଅକ୍ଟୋବର ୧୯୫୪ରେ ଚେନ୍ନାଇରେ ସେ ଜନ୍ମଗ୍ରହଣ କରିଥିଲେ। ରେଖାଙ୍କ ବାପା ଜେମିନି ଗଣେଶନ୍ ଜଣେ ତାମିଲ ଅଭିନେତା ଥିବା ବେଳେ ମା’ ପୁଷ୍ପାଭାଲୀ ଜଣେ ତେଲୁଗୁ ଅଭିନେତ୍ରୀ ଥିଲେ।

ପିଲାଦିନରୁ ରେଖା ଅଭିନୟ ଦୁନିଆ ପ୍ରତି ଆକର୍ଷିତ ହୋଇଥିଲେ। ରେଖା ୧୫ ବର୍ଷ ବୟସରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ରେଖାଙ୍କ ବ୍ୟକ୍ତିଗତ ଜୀବନ ବେଶ୍ ରହସ୍ୟମୟ। ଆଜି ବି ରେଖା ନିଜ ମଥାରେ ସିନ୍ଦୁର ପିନ୍ଧି ଚର୍ଚ୍ଚାରେ ଅଛନ୍ତି। ତାଙ୍କର ସ୍ୱାମୀ ନାହାଁନ୍ତି, ତଥାପି ସେ ନିଜ ମଥାରେ ସିନ୍ଦୁର ପିନ୍ଧନ୍ତି। ସେ କାହିଁକି ସିନ୍ଦୁର ପିନ୍ଧନ୍ତି ସେନେଇ ସ୍ପଷ୍ଟ କରିଛନ୍ତି।

ଯେତେବେଳେ ରେଖା ପ୍ରଥମ ଥର ପାଇଁ ସିନ୍ଦୂରରେ ଦେଖାଗଲେ-

ପ୍ରଥମ ଥର ପାଇଁ ରେଖା ଋଷି କପୁର ଏବଂ ନୀତୁ କପୁରଙ୍କ ବିବାହରେ ସିନ୍ଦୁର ଏବଂ ମଙ୍ଗଳସୁତ୍ର ପିନ୍ଧିଥିଲେ। ଏହା ପରେ ତାଙ୍କ ଲୁକ୍ ବିଷୟରେ ଅନେକ ଆଲୋଚନା ହୋଇଥିଲା। ତାଙ୍କ ରୂପ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଅନେକ ପ୍ରଶ୍ନ ଉଠିବାକୁ ଲାଗିଲା। ତେବେ ରେଖା ହିନ୍ଦୁସ୍ତାନ ଟାଇମ୍ସ ସହିତ ସିନ୍ଦୁର ପ୍ରୟୋଗ ବିଷୟରେ ଆଲୋଚନା କରିଥିଲେ।

ରେଖା କାହିଁକି ସିନ୍ଦୁର ପିନ୍ଧନ୍ତି?

ରେଖା କହିଥିଲେ ଯେ ସେ ଫିଲ୍ମ ସୁଟିଂରୁ ସିଧା ଘରକୁ ଆସିଥିଲେ ଏବଂ ସିନ୍ଦୁର ହଟାଇବାକୁ ଭୁଲି ଯାଇଥିଲେ। ରେଖା କହିଥିଲେ ଯେ ଲୋକଙ୍କ ପ୍ରତିକ୍ରିୟାରେ ସେ ଧ୍ୟାନ ଦିଅନ୍ତି ନାହିଁ। ରେଖା କହିଥିଲେ- ମୁଁ ଭାବୁଛି ସିନ୍ଦୁର ମୋ ଉପରେ ଭଲ ଦେଖାଯାଉଛି। ସିନ୍ଦୁର ମୋ ପାଇଁ ଉପଯୁକ୍ତ। ଆଉ ଏହି ସିନ୍ଦୁର ମୋ ରୂପରୁ ଆହୁରୀ ସୁନ୍ଦର ଏବଂ ଆକର୍ଷିତ କରୁଛି। ତେଣୁ ମୋତେ ସିନ୍ଦୁର ପିନ୍ଧିବାକୁ ଭଲ ଲାଗେ।

ଦ ଅନଟୋଲ୍ଡ ଷ୍ଟୋରୀ ପୁସ୍ତକରେ ଉଲ୍ଲେଖ କରାଯାଇଛି ଯେ ୧୯୮୨ ଜାତୀୟ ପୁରସ୍କାର ସମୟରେ ରେଖା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ। ଏହି ସମୟରେ ରେଖା ସିନ୍ଦୁର ପ୍ରୟୋଗ କରିବାର କାରଣ ବର୍ଣ୍ଣନା କରିବାବେଳେ କହିଥିଲେ – ମୁଁ ଯେଉଁ ସିନ୍ଦୁର ପ୍ରୟୋଗ କରେ ତାହା ଫ୍ୟାଶନେବଲ୍ ଅଟେ। ତେଣୁ ମୁଁ ପ୍ରତ୍ୟେକ ଦିନ ସିନ୍ଦୁର ପିନ୍ଧିବାକୁ ଭଲପାଏ।

ରେଖାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଯଦି ଆଲୋଚନା କରାଯାଏ ତେବେ କୁହାଯାଉଛି ଯେ ସେ ତାଙ୍କ ସାଥୀ କଳାକାର ବିନୋଦ ମେହେରାଙ୍କୁ ବିବାହ କରିଥିଲେ କିନ୍ତୁ ବିନୋଦଙ୍କ ମା ଏହି ସମ୍ପର୍କକୁ ଗ୍ରହଣ କରିନଥିଲେ। ପରେ ଅମିତାଭ ବଚ୍ଚନଙ୍କ ସହ ତାଙ୍କ ନାଁ ଯୋଡି ହୋଇଥିଲା। ଏକ ସୁଟିଂ ସେଟ୍‌ରେ ଅମିତାଭ ଓ ରେଖାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ନେଇ ବି-ଟାଉନ୍ରେ ଚର୍ଚ୍ଚା ହୋଇଥିଲା। ପରେ ରେଖା ବ୍ୟବସାୟୀ ମୁକେଶ ଅଗ୍ରୱାଲଙ୍କୁ ବିବାହ କରିଥିଲେ। ମୁକେଶ ମାନସିକ ସ୍ତରରେ ସୁସ୍ଥ ନଥିଲେ। ସେ ଅନେକ ସମୟରେ ରେଖାଙ୍କୁ ହଇରାଣ କରୁଥିଲେ। ୧୯୯୦ରେ, ମୁକେଶ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ।

ରେଖା ୧୮୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ୮୦ରୁ ୯୦ ଦଶକରେ ରେଖା ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ବଡ ଷ୍ଟାର୍ ଅଭିନେତ୍ରୀ ଥିଲେ। ଆଜି ବି ରେଖାଙ୍କ ଜଲୱା ବି-ଟାଉନରେ କାଏମ ରହିଛି। ୱାର୍କ ଫ୍ରଣ୍ଟରେ ରେଖା ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ଦକ୍ଷିଣରୁ ହିନ୍ଦୀ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଥିଲେ।

 

Leave A Reply

Your email address will not be published.