Latest Odisha News

ସମ୍ପର୍କ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’

ସମ୍ପର୍କ କେବଳ ରକ୍ତରୁ ହିଁ ସୃଷ୍ଟି ହୁଏ ନାହିଁ । ବିଶ୍ୱାସ ସ୍ନେହ ଶ୍ରଦ୍ଧା ଆଉ ଭରଷାରୁ ସମ୍ପର୍କ । ବେଳେ ବେଳେ ଗୋଟିଏ ଛୋଟ ମଞ୍ଜିରୁ ବିରାଟ ସମ୍ପର୍କର ବୃକ୍ଷଟିଏ ସୃଷ୍ଟି ହୋଇଥାଏ । ଛୋଟିଆ ପିଲାଟି ଅଭାବରେ ପଡି ଅଳ୍ପ ବୟସରେ ଦୁଆର ଦୁଆର ବୁଲି ଖବରକାଗଜ ବିକ୍ରୟ କରୁଥିଲ । ଖବରକାଗଜ ବିକି ଯାହା ପାଉଥିଲା ସେଥିରେ ଚଳିବା କଷ୍ଟକର ହୋଇ ପଡିଲା । ହଠାତ୍ ଦିନେ ଘରର ମାଲିକାଣି ଦେଖନ୍ତି ପେପର ବିକାଳି ରାଜୁ ଘରର ଫାଟକ ପାଖରେ .. ମାଲିକାଣି ବାହାରକୁ ଆସି ପଚାରନ୍ତି “କଣ ହେଲା?’ ରାଜୁ କହିଲା “ମାଉସୀ, ମୁଁ ତୁମର ଫୁଲ ବଗିଚାଟି ସଫା କରିଦେବି । ମାଲିକାଣି କହିଲେ- ନା, ଛୋଟ ପିଲାଟିକୁ ତାହା କରିବାକୁ ଦେବୁ ନାହିଁ । ରାଜୁ ଅତି ବିନୟ ସ୍ୱରରେ କହିଲା- “ଦୟାକରି ମାଉସୀ ମୋତେ ଏହାକୁ କରିବାକୁ ଦିଅ । ମୁଁ ଏହାକୁ ଭଲ ଭାବରେ ସଫା କରିଦେବି । ମାଲିକାଣି କହିଲେ ଠିକ ଅଛି, କେତେ ଟଙ୍କା ଦେବି? ରାଜୁ କହିଲା- ଟଙ୍କା କ\’ଣ ହେବ ମାଉସୀ! ମୋତେ ଗଣ୍ଡେ ଖାଇବାକୁ ଦିଅ । ମାଲିକାଣି ଭାବିଲେ ଗରିବ ପିଲାଟି । ବୋଧହୁଏ ଭୋକିଲା ଅଛି । ମୁଁ ତାକୁ ପ୍ରଥମେ ଖାଇବାକୁ ଦିଏ, କହି କିଛି ଖାଇବାକୁ ଆଣିଦେଲେ.. ହେ ବାଳକ! ତୁମେ ପ୍ରଥମେ ଖାଇ ନିଅ, ତା’ପରେ କାମ କରିବ… ପିଲାଟି କହିଲା – ନା ମାଉସୀ ! ପ୍ରଥମେ ମୁଁ କାମ କରିବି ତାପରେ ତୁମେ ମୋତେ ଦେଇଥିବା ଖାଦ୍ୟ ଭୋଜନ କରିବି । ମାଲିକାଣି କହିଲେ- ଠିକ୍ ଅଛି ! ଯାହା ତୁମର ଇଛା । ଏହା କହି ସେ ନିଜ କାମରେ ଲାଗିଗଲେ । ପିଲାଟି- ଘଣ୍ଟାଏ ପରେ ଆସି କହିଲା ମାଉସୀ! ଦେଖନ୍ତୁ ବଗିଚାଟି ସଫା କରି ଦେଇଛି । ଠିକ୍ ହୋଇଛି କି ନାହିଁ? ମାଲିକାଣି
କହିଲେ- ବଢିଆ ହୋଇଛି, ତୁମେ ବହୁତ ଭଲ ସଫା କରିଛ । ଏଥର ଏଠାରେ ବସ । ମୁଁ ଖାଇବାକୁ ଆଣି ଦେଉଛି । ମାଲିକାଣୀ ରାଜୁକୁ ଖାଦ୍ୟ ଦେବା ମାତ୍ରେ.. ପିଲାଟି ପକେଟରୁ ପଲିଥିନ ବାହାର କରି ସେଥିରେ ଖାଦ୍ୟ ରଖିବା ଆରମ୍ଭ କଲା.. ମାଲିକାଣି କହିଲେ- ତୁମେ ଭୋକିଲା ହୋଇ କାମ କରିଛ । ବର୍ତ୍ତମାନ ଏଠାରେ ବସି ଖାଦ୍ୟ ଖାଅ.. ଆବଶ୍ୟକ ହେଲେ ମୁଁ ଅଧିକ ଖାଦ୍ୟ ଦେବି.. ତୁମେ ନେଇକରି ଯିବ ।
ନାହିଁ ମାଉସୀ, ମୋର ଅସୁସ୍ଥ ମା ଘରେ ଅଛି । ସରକାରୀ ଡାକ୍ତରଖାନାରୁ ତା ପାଇଁ ଔଷଧ ଧରି ଆସିଛି । ଡାକ୍ତର କହିଛନ୍ତି ଖାଲି ପେଟରେ ଔଷଧ ସେବନ କରିବାକୁ ଦେବନାହିଁ । ମାଲିକାଣୀ ବହୁତ କାନ୍ଦିଲେ.. ଏବଂ ନିରୀହ ରାଜୁକୁ ନିଜ ହାତରେ ଖୁଆଇ ଦେଲେ । ତା’ପରେ… ତାର ମାଆ ପାଇଁ ଟିଫିନ୍ ରେ ଖାଇବାକୁ ନେଇ ତାର ଘରକୁ ଗଲେ.. ରାଜୁର ମାଆ ମାଲିକାଣି ଦେଖି ଭାବ ବିହ୍ୱଳ ହୋଇଗଲା । ମାଲିକାଣି କହିଲେ- ଭଉଣୀ! ତୁମ ପୁଅ ଠାରେ ଏତେ ଭଲ ଗୁଣ ଅଛି ତାହା ବର୍ଣ୍ଣନା କରି ପାରିବି ନାହିଁ । ଭଗବାନ ଏପରି ପିଲାକୁ ଜନ୍ମ ଦେଇ ତୁମର ଜନ୍ମ ସାର୍ଥକ କରିଛନ୍ତି ।

Comments are closed.