Latest Odisha News

BREAKING NEWS

ବାଲେଶ୍ୱରରେ ସ୍ବଭାବିକ ହେଉଛି ସ୍ଥିତି; ସକାଳ ୫ରୁ ଦିନ ୨ ଯାଏଁ କର୍ଫ୍ୟୁ କୋହଳ, ଆଜିଠୁ ମିଳିବ ଇଣ୍ଟରନେଟ୍ ସେବା

ବାଲେଶ୍ୱର: ବାଲେଶ୍ବର ସହରରେ ଧିରେ ଧିରେ ସୁଧୁରୁଛି ସ୍ଥିତି । ସହଦେବଖୁଣ୍ଟା ଓ ଟାଉନ୍ ଥାନା ଅଞ୍ଚଳରେ କର୍ଫ୍ୟୁ କୋହଳ ହୋଇଛି । ସକାଳ ୫ଟାରୁ ଦିନ ୨ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଛି । ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବେ କର୍ଫ୍ୟୁ ହଟିଛି ।

ମୋବାଇଲରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ କେବଳ ଆଜିଠୁ କେବଳ ଲିଜ୍ ଲାଇନ୍ ସହ ବ୍ରଡବ୍ୟାଣ୍ଡରେ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ । ଆଜି ମଧ୍ୟ ସହରର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିବ ।

ସୂଚନାଯୋଗ୍ୟ, ସୋମବାର ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ ହୋଇଥିଲେ । ଫୋର୍ସ ଉପରକୁ ପଥର ମାଡ଼ ଅଭିଯୋଗ ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ କରିଥିଲା ପୁଲିସ । ଏହାପରେ ବୁଧବାର ରାତିରେ ବାଲେଶ୍ୱର ପୋରାଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିଲା । ଆଜି ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ଥିବା ବେଳେ ଅତ୍ୟାବଶକୀୟ ସାମଗ୍ରୀ ପାଇଁ ସାଧାରଣ ଲୋକଙ୍କ ଅସୁବିଧାକୁ ଲକ୍ଷ୍ୟ କରାଯାଇ ୭ଟାରୁ ୧୧ ଟା ଯାଏଁ ଦୋକାନ ବଜାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ପରେ ଏହାକୁ ଆଉ ଦୁଇଘଣ୍ଚା ବଢା ଯାଇଥିଲା । ଏବେ ପୁଣି ସକାଳ ୫ଟାରୁ ଦିନ ୨ଟା ଯାଏଁ କର୍ଫ୍ୟୁ କୋହଳ କରାଯିବାକୁ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.