Latest Odisha News

ରିଲିଜ ହେଲା ପ୍ରଭାସଙ୍କ ପ୍ରଥମ ବଲିଉଡ୍‌ ଫିଲ୍ମ ‘ସାହୋ’

ମୁମ୍ୱାଇ: ଆଜି ରିଲିଜ ହୋଇଛି ପ୍ରଭାସଙ୍କ ପ୍ରଥମ ବଲିଉଡ୍‌ ଫିଲ୍ମ ‘ସାହୋ’। ଆକ୍ସନ୍‌ ଥ୍ରୀଲର୍‌ ଓ ରୋମାନ୍ସରେ ଭରା ଏହି ଫିଲ୍ମର ଟିଜର୍‌, ଟ୍ରେଲର୍‌ ଓ ଗୀତ ଗୁଡିକୁ ମିଳିସାରିଛି ଅନେକ ପ୍ରଶଂସା । ଏହାକୁ ନଜରରେ ରଖି ବକ୍ସ ଅଫିସରେ ଫିଲ୍ମଟି ରେକର୍ଡ କଲେକ୍ସନ୍‌ କରିବ ବୋଲି ସିନେ ସମୀକ୍ଷକମାନେ ମତ ଦେଇଛନ୍ତି।

ସୁଜିତ ରେଡ୍ଡିଙ୍କ ନିର୍ଦ୍ଦେଶିତ ଏହି ପିଲ୍ମରେ ପ୍ରଭାସଙ୍କ ସହ ସ୍କ୍ରିନ୍‌ ଶେଆର୍‌ କରିଛନ୍ତି ବଲିଉଡ ସୁନ୍ଦରୀ ଶ୍ରଦ୍ଧା କପୁର ।

ଭାରତରେ ପ୍ରାୟ ୧୦ ହଜାର ସ୍କ୍ରିନ୍‌ରେ ‘ସାହୋ’ ରିଲିଜ୍‌ ହୋଇଥିବାରୁ ପ୍ରଥମ ଦିନରେ ଫିଲ୍ମଟି ୭୫ କୋଟି ଟଙ୍କାର ବମ୍ପର୍‌ ଆୟ କରିବ ବୋଲି ଆଶାଥିବା ପ୍ରଯୋଜକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.