Latest Odisha News

BREAKING NEWS

ରେକର୍ଡ ଭାଙ୍ଗିଲା ସୁନା ଦର, ଟପିଗଲା ୪୦ ହଜାର

ନୂଆଦିଲ୍ଲୀ: ସୁନା ଦର ହୁହୁ ହୋଇ ବଢ଼ିବାରେ ଲାଗିଛି । ସବୁ ରେକର୍ଡ ଭାଙ୍ଗୀ ଶୁକ୍ରବାର ସୁନା ଦର ୧୦ ଗ୍ରାମକୁ ୪୦ ହଜାର ଟପି ଯାଇଛି ।

ବିଶ୍ୱରେ ମାନ୍ଦାବସ୍ଥାର ଆଶଙ୍କାରେ ନିବେଶକ ଏବେ ସୁନା ମୁହାଁ ହୋଇଛନ୍ତି। ତେଣୁ ସୁନା ଦର କମିବାର ନାଁ ନେଉନାହିଁ ।

ଶୁକ୍ରବାର ନୂଆଦିଲ୍ଲୀ ବଜାରରେ ସୁନା ଦର(୨୪ କ୍ୟାରେଟ) ୨୫୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମକୁ ୪୦,୨୨୦ ଟଙ୍କାରେ ପହଞ୍ଚିଛି । ସେହି ଭଳି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୪୦,୦୫୦ ଟଙ୍କାରେ ପହଞ୍ଚିଛି।

ଗୁରୁବାର ସୁନା ଦର ୩୦୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମକୁ ୩୯,୯୭୦ ଟଙ୍କାରେ ପହଞ୍ଚିଥିବା ବେଳେ ଗୋଟିଏ ଦିନରେ ଏହା ୪୦, ହଜାର ଟପିଗଲା । ସେହିପରି ରୁପା ଦର ୨୦୦ ଟଙ୍କା ବୃଦ୍ଧି ପାଇ କିଲୋପ୍ରତି ୪୯,୧୫୦ ଟଙ୍କାରେ ପହଞ୍ଚିଛି।

Leave A Reply

Your email address will not be published.