Latest Odisha News

BREAKING NEWS

ଓଡ଼ିଶା ହକି ବିଶ୍ୱକପ୍‍ ପାଇଁ କେରଳ ପ୍ରଫେସର ବଶିଷ୍ଠଙ୍କ କ୍ୟାଲେଣ୍ଡର ରିଲିଜ୍‌ 

ଭୁବନେଶ୍ୱର: ଓଡ଼ିଶା ହକି ବିଶ୍ୱକପ୍‍ ପାଇଁ କେରଳ ପ୍ରଫେସର ବଶିଷ୍ଠଙ୍କ ଏକ ସ୍ୱତନ୍ତ୍ର କ୍ୟାଲେଣ୍ଡର ରିଲିଜ୍‍ ହୋଇଯାଇଛି । କାଲିକଟ୍‍ ସହର ମାଲାବାର ଖ୍ରୀଷ୍ଟିଆନ୍‍ କଲେଜରେ ସେ ଇତିହାସର ଆସୋସିଏଟ୍‍ ପ୍ରଫେସର । ନାଁ ତାଙ୍କର ବଶିଷ୍ଠ । ଓଡ଼ିଶାର ଦୁଇଟି ସହରରେ ହକି ବିଶ୍ୱକପ୍‍ ଆୟୋଜିତ ହେବାକୁ ଯାଉଥିବା ବେଳେ ସେ ବଡ଼ ଉତ୍ସାହିତ ହୋଇ କ୍ୟାଲେଣ୍ଡର ପ୍ରସ୍ତୁତ କରିବା ସହ ବାରମାସର ପୃଷ୍ଠାରେ ହକି ବିଶ୍ୱକପ୍‍ ବାବଦରେ ତଥ୍ୟ ସାଙ୍ଗକୁ ସ୍ମରଣୀୟ ଫଟୋ ମଧ୍ୟ ସ୍ଥାନିତ କରିଛନ୍ତି  ।

୨୬ ବର୍ଷ ହେଲା ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ବଶିଷ୍ଠ ଜଣେ ଖେଳ ପାଗଳ ମଣିଷ । ସେ ଫୁଟବଲ,ଟେନିସ ଓ କ୍ରିକେଟ ଉପରେ କବିତା ଲେଖିବା ସାଙ୍ଗକୁ ସଚିନ ତେନ୍ଦୁଲକରଙ୍କ ଉପରେ ଏକ ସଂଗ୍ରାହାଳୟ ତାଙ୍କ କଲେଜରେ ସ୍ଥାପନା କରିଛନ୍ତି । ସଚିନଙ୍କ ଉପରେ ବିଭିନ୍ନ ଭାଷାରେ ଲେଖାଯାଇଥିବା ଲେଖା ସେ ସାଇତି ରଖିଛନ୍ତି । ଓଡ଼ିଆ ଲେଖା ମଧ୍ୟ ସେଥିରେ ଅଛି । ଏଥର ହକି ବିଶ୍ୱକପ୍‍ ପାଇଁ ବଶିଷ୍ଠ ଏକ ସ୍ୱତନ୍ତ୍ର କ୍ୟାଲେଣ୍ଡର ତିଆରି କରି ତାଙ୍କୁ ରିଲିଜ୍‍ କରିଛନ୍ତି ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହକି ବିଶ୍ୱକପ୍‍ ଟ୍ରଫି ସହ ଫଟୋ ଏବଂ ୧୯୭୫ ବିଶ୍ୱକପ୍‍ ବିଜୟୀ ଭାରତୀୟ ଦଳର ଫଟୋ ମଧ୍ୟ ସେ ଏହି ସ୍ୱତନ୍ତ୍ର କ୍ୟାଲେଣ୍ଡରରେ ସ୍ଥାନିତ କରିଛନ୍ତି । ଯାହା କେରଳରେ ରିଲିଜ୍‍ ମଧ୍ୟ ହୋଇଯାଇଛି । ସେ ୨୦୧୮ ବିଶ୍ୱକପ୍‍ ଫାଇନାଲ ଦେଖିବାକୁ ଭୁବନେଶ୍ୱର ଆସିଥିଲେ । ଏଥର ମଧ୍ୟ ବଶିଷ୍ଠ କଳିଙ୍ଗ ଷ୍ଟାଡ଼ିୟମରେ ମ୍ୟାଚ୍‍ ଦେଖିବାକୁ ଟିକେଟ କିଣି ସାରିଛନ୍ତି ।

Leave A Reply

Your email address will not be published.