Latest Odisha News

BREAKING NEWS

ଟେନସିରୁ ଅବସର ଘୋଷଣା କଲେ ସାନିଆ

ନୂଆଦିଲ୍ଲୀ: ଭାରତୀୟ ଟେନିସର ମହାନ ମହିଳା ଖେଳାଳି ସାନିଆ ମିର୍ଜା ଆଜି ଅବସର ଘୋଷଣା କରିଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ଦୁବାଇ ଡବ୍ଲ୍ୟୁଟିଏ ୧୦୦୦ ଇଭେଂଟ ତାଙ୍କର ଶେଷ ଟୁର୍ଣ୍ଣାମେଂଟ ହେବ । ସେ ଏହାକୁ ନିଶ୍ଚିତ ଭାବେ ସ୍ମରଣୀୟ କରିବାକୁ ଚାହିଁବେ । ୩ ଥର ମହିଳା ଡବଲ୍ସ ଓ ୩ ଥର ମିକ୍ସଡ ଡବଲ୍ସ ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତିଥିବା ସାନିଆଙ୍କ ବ୍ୟକ୍ତିଗତ ଜୀବନରେ ଅଶାନ୍ତି ଲାଗି ରହିଛି । ୩୬ ବର୍ଷୀୟ ସାନିଆ ଗତବର୍ଷ ଅବସର ଘୋଷଣା କରିଥିଲେ ମଧ୍ୟ ପରେ ତାଙ୍କ ନିଷ୍ପତିରେ ପରିବର୍ତନ କରିଥିଲେ । ଆଘାତ ସମସ୍ୟା ଯୋଗୁ ଏହି ନିଷ୍ପତି ନେଇଥିଲି । ସୁସ୍ଥ ହେବା ପରେ ଆଉ କିଛି ଦିନ ଖେଳିବାକୁ ଚାହିଁଥିଲି ବୋଲି ସେ କହିଛନ୍ତି ।

ସାନିଆ ୨୦୦୪ରେ ଅର୍ଜୁନ, ୨୦୦୬ରେ ପଦ୍ମଶ୍ରୀ, ୨୦୧୫ରେ ରାଜୀବ ଗାନ୍ଧୀ ଖେଳରତ୍ନ ଓ ୨୦୧୬ରେ ପଦ୍ମଭୂଷଣ ସମ୍ମାନ ପାଇଛନ୍ତି । ତେବେ କେତେକ ରିପୋର୍ଟ ଅନୁସାରେ ଶୋଏବ ମଲିକଙ୍କ ସହ ବିବାହ ବିଚ୍ଛେଦ ପ୍ରସଙ୍ଗ ଏବଂ ଆଘାତ ସମସ୍ୟା ଯୋଗୁ ସେ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛନ୍ତି ।

Leave A Reply

Your email address will not be published.