ମୁମ୍ବାଇ: ଦୀର୍ଘ ୪ ମାସ ହେବ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ଚାଲିଥିବା ଦ୍ଵନ୍ଦରେ ଏକ ପ୍ରକାରର ପୂର୍ଣ୍ଣଛେଦ ପକାଇଛି ଏମ୍ସର ଫରେନ୍ସିକ୍ ରିପୋର୍ଟ।
ଏହି ଫରେନ୍ସିକ୍ ରିପୋର୍ଟରେ ସୁଶାନ୍ତଙ୍କୁ ହତ୍ୟା କରାଯାଇନଥିବା ସ୍ପଷ୍ଟ ହେବା ପରେ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ପ୍ରତିକ୍ରିୟା ଏବେ ଚର୍ଚ୍ଚାରେ । ସୁଶାନ୍ତଙ୍କୁ ହତ୍ୟା କରା ଯାଇନାହିଁ ତେଣୁ ରିୟା ଚକ୍ରବର୍ତ୍ତୀଙ୍କୁ ମୁକ୍ତ କରିବାକୁ ସ୍ୱରା କହିଛନ୍ତି।
ଜୁନ୍ ୧୪ ରେ ମୃତ୍ୟୁବରଣ କରିଥିବା ସୁଶାନ୍ତ ସିଂ ରାଜପୁତଙ୍କୁ ଡ୍ରଗ୍ସ ଯୋଗାଉଥିବା ଅଭିଯୋଗରେ ରିୟା ବାଇକୁଲ୍ଲା ଜେଲରେ ଅଛନ୍ତି।
ସ୍ୱରାଙ୍କ ଟୁଇଟ୍ ଲୋକସଭାରେ କଂଗ୍ରେସ ନେତାଙ୍କ ସମର୍ଥନରେ ଥିଲା, ରିୟାଙ୍କ ମୁକ୍ତି ପାଇଁ ଅଧିର ଚୌଧୁରୀ ସ୍ୱର ଉଠାଇଥିଲେ। ସ୍ୱରା ଟ୍ୱିଟ କରି ଲେଖିଛନ୍ତି ଯେ “ବହୁତ ବଡ଼ିଆ ସାର୍!” ରିଲିଜ ରିୟା ଚକ୍ରବର୍ତ୍ତୀ ଙ୍କୁ ମୁକ୍ତ କରାଯାଉ ବୋଲି ହାସଟ୍ୟାଗ ଦେବା ସହ ହାତ ଯୋଡ଼ା ଇମୋଜି ସ୍ୱରା ପୋଷ୍ଟ କରିଛନ୍ତି|
“ସୁଶାନ୍ତଙ୍କ ମୃତ୍ୟୁରେ ଆମେ ସମସ୍ତେ ଦୁଃଖିତ ।ମାତ୍ର ସେଥିପାଇଁ ଜଣେ ମହିଳାଙ୍କୁ ମିଛରେ ଅଭିଯୁକ୍ତ ସଜାଇ ଅସମ୍ମାନିତ କରାଯାଇ ପାରିବ ନାହିଁ । ମୁଁ ଏହା ପୂର୍ବରୁ କହିଥିଲି ଯେ ରିୟା ଚକ୍ରବର୍ତ୍ତୀ ଜଣେ ନିରୀହ ମହିଳା, ତାଙ୍କୁ ଅଧିକ ହଇରାଣ ନକରି ମୁକ୍ତ କରାଯିବା ଉଚିତ, ଏହା କେବଳ ରାଜନୈତିକ ଷଡଯନ୍ତ୍ର ବୋଲି ସାଂସଦ ଏକ ଟ୍ୱିଟରେ ଲେଖିଛନ୍ତି।
ଶନିବାର ଦିନ ଏମ୍ସର ରିପୋର୍ଟ ସୁଶାନ୍ତଙ୍କୁ ହତ୍ୟା ହୋଇ ନଥିବା ସ୍ପଷ୍ଟ କରିଛି।
Comments are closed.