ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ରିଲାଏନ୍ସ ବ୍ରାଣ୍ଡସ୍ ଲିମିଟେଡ୍ (ଆରବିଏଲ୍) ପ୍ରସିଦ୍ଧ ଡିଜାଇନର୍ ମନୀଷ ମାଲହୋତ୍ରାଙ୍କ ଏମ୍ଏମ୍ ଷ୍ଟାଇଲ୍ ପିଭି ଲିମିଟେଡ୍ର ୪୦ ପ୍ରତିଶତ ଅଂଶଧନ ହାସଲ କରିଛି।
ରିଲାଏନ୍ସ ବ୍ରାଣ୍ଡ ଷ୍ଟେଟମେଣ୍ଟ ଅନୁଯାୟୀ, ଏହି “ଷ୍ଟ୍ରାଟେଜିକ୍ ଭାଗିଦାରୀ” ହେଉଛି ଏମ୍ଏମ୍ ଷ୍ଟାଇଲ୍ ପିଭି ଲିମିଟେଡ୍ ପାଇଁ ପ୍ରଥମ “ବାହ୍ୟ ବିନିଯୋଗ”।
ମନୀଷ ମଲହୋତ୍ରା କହିଛନ୍ତି ଯେ “ଆନ୍ତର୍ଜାତୀୟ ବିସ୍ତାର, ବ୍ୟବସାୟର ବିବିଧକରଣ ଏବଂ ନବୀକରଣର ସୃଜନଶୀଳ ଅଭିବୃଦ୍ଧି” ପାଇଁ ଏହାଠାରୁ କୌଣସି ଉତ୍ତମ ରଣନୈତିକ ଭାଗିଦାରୀ ହୋଇପାରି ନଥାନ୍ତା”।
Comments are closed.