Latest Odisha News

ଦୁନିଆର ସବୁଠୁ ବଡ ପ୍ରାଣୀ ଉଦ୍ୟାନ ନିର୍ମାଣ କରୁଛି ରିଲାଏନ୍ସ

ନୂଆଦିଲ୍ଲୀ: ଗୁଜୁରାଟର ଜାମନଗରରେ ବିଶ୍ୱର ସର୍ବବୃହତ ପ୍ରାଣୀ ଉଦ୍ୟାନ ନିର୍ମାଣ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏକ ପ୍ରକଳ୍ପ ଉପରେ କାମ କରୁଛି। ଆଗାମୀ ୨ ବର୍ଷ ମଧ୍ୟରେ ଏହା ସାଧାରଣ ଲୋକଙ୍କ ପରିଦର୍ଶନ ପାଇଁ ଖୋଲା ରହିବ ବୋଲି ଆଶା କରାଯାଉଛି।

ଏହା ବିଶ୍ୱର ସବୁଠୁ ବଡ ପ୍ରାଣୀ ଉଦ୍ୟାନ ହେବ ବୋଲି ଦାବି କରାଯାଇଛି। ଏଥିରେ ବିଭିନ୍ନ ପ୍ରଜାତିର ପଶୁ, ପକ୍ଷୀ ଏବଂ ସରୀସୃପ ରଖାଯିବ। ଦେଶ ତଥା ବିଶ୍ୱର ବିଭିନ୍ନ ସ୍ଥାନରୁ ପଶୁମାନଙ୍କୁ ଏଠାକୁ ଅଣାଯିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ ଏମ୍‌ଡି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ତତ୍ବାବଧାନରେ ଏହି ପ୍ରକଳ୍ପ ପ୍ରସ୍ତୁତ କରାଯାଉଛି।

ଏହି ପ୍ରାଣୀ ଉଦ୍ୟାନ ୨୮୦ ଏକର ଭୂମି ଉପରେ ନିର୍ମିତ ହେବ। ଜାମନଗରର ରିଲାଏନ୍ସ ରିଫାଇନାରୀ ନିକଟସ୍ଥ ମୋତି ଖାୱାରୀ ନିକଟରେ ଏହି ପ୍ରାଣୀ ଉଦ୍ୟାନ ନିର୍ମାଣ କରାଯିବ। ଚଳିତ ବର୍ଷ ଲକଡାଉନ୍ ଏବଂ କରୋନା ଯୋଗୁଁ ଏହି ପ୍ରକଳ୍ପରେ ସାମାନ୍ୟ ବିଳମ୍ବ ଘଟିଛି। କିନ୍ତୁ ଆସନ୍ତା ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ପ୍ରସ୍ତୁତ ହୋଇଯିବ। ରିଲାଏନ୍ସ୍ର କର୍ପୋରେଟ୍ ଆଫେୟାର୍ସ ନିର୍ଦ୍ଦେଶକ ପାରମଲ ନାଥୱାନି କହିଛନ୍ତି ଯେ ଏହି ପ୍ରକଳ୍ପର ନାମ ଗ୍ରୀନ୍ସ ଜିଓଲୋଜିକାଲ ରେସକ୍ୟୁ ଏବଂ ରିହାବିଲିଟେସନ୍‌ କିଙ୍ଗ୍‌ଡମ୍‌ ବୋଲି ନାମିତ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ଅନୁମତି ମଧ୍ୟ ପାଇଛି।

Leave A Reply

Your email address will not be published.