Latest Odisha News

BREAKING NEWS

ତୈମୁର୍‌ଙ୍କୁ ଜନ୍ମଦିନରେ କରୀନାଙ୍କ ଭାବପୂର୍ଣ୍ଣ ବାର୍ତ୍ତା; ‘ମମ୍‌ ଲଭ୍‌ସ ୟୁ ମଚ୍‌’

ମୁମ୍ବାଇ: ବି-ଟାଉନର ସବୁଠାରୁ ପ୍ରିୟ ଷ୍ଟାର୍‌ କିଡ୍‌ଙ୍କ ମଧ୍ୟରୁ ତୈମୁର ଅଲ୍ଲୀ ଖାନ ହେଉଛନ୍ତି ଅନ୍ୟତମ। ତୈମୁର୍‌ ଏହା ଭିତରେ ୪ ବର୍ଷର ହୋଇଗଲେଣି। ତୈମୁର୍‌ଙ୍କ ଜନ୍ମ ୨୦ ଡିସେମ୍ବର ୨୦୧୬। ଜନ୍ମଦିନ ଅବସରରେ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇବା ସହ ମଙ୍ଗଳ କାମନା କରୁଥିବାର ଦେଖିବାକୁ ମିଳୁଛି। ମା ଏବଂ ଅଭିନେତ୍ରୀ କରୀନା କପୁର ଖାନ ମଧ୍ୟ ଏକ ସୁନ୍ଦର ପୋଷ୍ଟ ଲେଖି ପୁଅ ତୈମୁର୍‌କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି।

ସେହି ପୋଷ୍ଟରେ ତୈମୁର୍‌ କିଛି ଶୁଖିଲା ଘାସ ଉଠାଉଥିବା ଦେଖିବାକୁ ମିଳିଛି। କରୀନା ଏହି ଫଟୋ ସେୟାର୍‌ କରି ଲେଖିଛନ୍ତି ଏବଂ “ମାଏ୍‌ ଜାଇଲ୍ଡ … ମୁଁ ବହୁତ ଖୁସି, ତୁମର ଏପରି ନିଷ୍ଠା, ଉତ୍ସର୍ଗ ଏବଂ ତୁମେ ଯାହା କରିବାକୁ ଚାହୁଁଛ ତାହା ଅତ୍ୟନ୍ତ ନିଷ୍ଠାର କରୁଛ … ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ …। କିନ୍ତୁ  ତୁଷାରର ସ୍ୱାଦ ଚାଖିବାକୁ, ଫୁଲ ତୋଳିବାକୁ, ତଳକୁ ଡେଇଁବାକୁ, ଗଛ ଉପରକୁ ଚଢିବାକୁ ଏବଂ ତୁମର ସମସ୍ତ କେକ୍‌ ଖାଇବାକୁ ଭୁଲିବ ନାହିଁ …। ସେ ଆହୁରି ମଧ୍ୟ କହିଛନ୍ତି, “ତୁମ ମା’ ଠାରୁ ତୁମକୁ କେହି ଅଧିକ ଭଲ ପାଇ ପାରିବେ ନାହିଁ। କରୀନାଙ୍କ ସେୟାର୍‌ କରିଥିବା ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ପ୍ରଶଂସକମାନେ ମଧ୍ୟ ତୈମୁର୍‌ଙ୍କ ଏହି ଫଟୋକୁ ବେଶ୍‌ ପସନ୍ଦ କରୁଛନ୍ତି।

Leave A Reply

Your email address will not be published.