Latest Odisha News

ଭୁବନେଶ୍ୱର ଓ କଟକରେ ନିଃସହାୟଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଗ୍ରୋସେରୀ ସାମଗ୍ରୀ କିଟ୍ ବଂଟନ

ଭୁବନେଶ୍ୱର: ବର୍ତ୍ତମାନର ଲକ୍‌ଡାଉନ୍ ସମୟରେ ଅସୁବିଧାରେ ରହିଥିବା ଭୁବନେଶ୍ୱର ଓ କଟକ ସହରର ସହସ୍ରାଧିକ ନିଃସହାୟ ପରିବାରମାନଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଗ୍ରୋସେରୀ ସାମଗ୍ରୀ କିଟ୍ ପ୍ରଦାନ କରାଯାଇଛି ।

ଚାଉଳ, ଡାଲି, ଚିନି, ଖାଇବା ତେଲ, ମସଲା, ସାବୁନ୍ ଇତ୍ୟାଦି ରହିଥିବା ଏହି ଗ୍ରୋସେରୀ କିଟ୍ ଫାଉଣ୍ଡେସନ୍ ପକ୍ଷରୁ ନିଃସହାୟ ଲୋକଙ୍କୁ ସ୍ଥାନୀୟ ସ୍ୱେଚ୍ଛୀସେବୀ ସହଯୋଗୀ ସଂସ୍ଥା ଓଡିଶା ଗୁଜରାଟୀ ସମାଜ ଏବଂ ହମାରା ବଚପନ୍ ଟ୍ରଷ୍ଟ୍ ଜରିଆରେ ବଣ୍ଟନ କରାଯାଉଛି । ବିଏମ୍‌ସି ଓ ସିଏମସି ପକ୍ଷରୁ ଦିଆଯାଇଥିବା ତଥ୍ୟ ଓ ସୂଚନା ଆଧାରରେ ବଭିନ୍ନ ଅଂଚଳରେ ରହୁଥିବା ରିକ୍ସା ଚାଳକ, ସଫେଇ କର୍ମଚାରୀ, ବୃଦ୍ଧାଶ୍ରମର ଅନ୍ତେବାସୀ, ବସ୍ତିବାସିନ୍ଦା, ଘରୋଇ ସହାୟିକା, ଭିନ୍ନକ୍ଷମ ଓ ଦିନ ମଜୁରିଆଙ୍କ ପରିବାରକୁ ଏହା ଦିଆଯାଉଛି ।

ଗତ ପାଂଚ ଦିନ ମଧ୍ୟରେ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ୨୯୦୦ରୁ ଅଧିକ ପରିବାରକୁ ଶୁଖିଲା ଗ୍ରୋସେରୀ ସାମଗ୍ରୀ କିଟ୍ ପ୍ରଦାନ କରାଯାଇଛି । ଚଳିତ ସପ୍ତାହରେ ଭୁବନେଶ୍ୱର ଏବଂ କଟକ ସହର ସମେତ ଖୋର୍ଦ୍ଧା ଓ ଭଦ୍ରକ ସହରକୁ ଏହା ସଂପ୍ରସାରିତ ହେବା ଯୋଜନା ରହିଛି ।

Leave A Reply

Your email address will not be published.