Latest Odisha News

ମୟୂରଭଞ୍ଜରେ ଲୋକାର୍ପିତ ହେଲା କୋଭିଡ୍‌-୧୯ ହସ୍ପିଟାଲ୍

ମୟୂରଭଞ୍ଜ: ବୁଧବାର ମୟୂରଭଞ୍ଜର ବାଙ୍କିଶୋଳଠାରେ ଥିବା ଆଦାନୀ-କିସ୍ ଆବାସିକ ବିଦ୍ୟାଳୟ କ୍ୟାମ୍ପସରେ ଲୋକାର୍ପିତ ହୋଇଛି ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ହସ୍ପିଟାଲ୍ ।

ଓଡିଶା ମାଇନିଂ କର୍ପୋରେସନର ପାଣ୍ଠି ସହାୟତାରେ ଭୁବନେଶ୍ୱରର କିମ୍ସ ହସ୍ପିଟାଲର ଏହି ଶାଖାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସିଂ ଜରିଆରେ ଲୋକାର୍ପିତ କରିଛନ୍ତି ।

୧୦ଟି ICU ଓ ୧୦ଟି HDU(High Dependency Unit) ବିଶିଷ୍ଟ ଏହି ହସ୍ପିଟାଲ ବାରିପଦାଠାରୁ ମାତ୍ର ୭ କି.ମି ଦୂରରେ ଅବସ୍ଥିତ । ଏଠାରେ କରୋନା ସଂକ୍ରମିତଙ୍କ ସଂପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ପ୍ରଥମ ପର୍ଯ୍ୟାୟରେ ଏହି ହସ୍ପିଟାଲରେ ୩ ଜଣ ଅଭିଜ୍ଞ ଡାକ୍ତର ଓ ୫୦ ଜଣ ସ୍ୱାସ୍ଥ୍ୟକର୍ମୀ ୨୪ ଘଣ୍ଟା ରୋଗୀଙ୍କ ସେବାରେ ଉପସ୍ଥିତ ରହିବେ ।

ମୟୂରଭଞ୍ଜ କୋଭିଡ୍ ହସ୍ପିଟାଲକୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଉଦଘାଟନ କରିଥିଲାବେଳେ ଉଦଘାଟନୀ ସମାରୋହରେ କନ୍ଧମାଳ ସାଂସଦ ତଥା କିମ୍ସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଓ ସିଇଓ ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.