ମୁମ୍ବାଇ: ଚୀନର ସୁପର ଆପ୍ ୱି ଚାଟକୁ ଟକ୍କର ଦେବା ପାଇଁ ମୁକେଶ ଅମ୍ବାନୀ ଓ ମାର୍କ ଜୁକରବର୍ଗ ହାତ ମିଳାଇଛନ୍ତି । ରିଲାୟନ୍ସ ଇଣ୍ଡଷ୍ଟ୍ରି ଓ ଫେସବୁକ ମିଳିତ ଭାବେ ମଲ୍ଟିପର୍ପଜ ଆପ ପ୍ରସ୍ତୁତ କରିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି । ଦୁଇ କମ୍ପାନୀ ଏଥିପାଇଁ ଅର୍ଥ, ବୈଷୟିକ ଜ୍ଞାନ କୌଶଳ ଓ ଡୋମେନ ପ୍ରସ୍ତୁତ ଉପରେ କାର୍ଯ୍ୟ ଆରମ୍ଭ କରିବେ । କୋଭିଡ-୧୯ ମହାମାରୀକୁ ଆଖି ଆଗରେ ରଖି ଏହି ଆପର ପରିକଳ୍ପନା କରାଯାଇଛି । ଏହା ମାଧ୍ୟମରେ ୟୁଜର ରିଲାୟନ୍ସ ଷ୍ଟୋରସ କିମ୍ବା ଜିଓରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିପାରିବେ ।
ଜିଓ ମନୀ ମାଧ୍ୟମରେ ଏହା ସହଜ ହୋଇପାରିବ । ୱି ଚାର୍ଟ ପରି ଆପ ତିଆରି ହୋଇପାରିଲେ ସୋସିଆଲ ମିଡିଆ, ଗେମିଂ, ବିମାନ ଟିକେଟ, ହୋଟେଲ ବୁକିଂ ଓ ଡିଜିଟାଲ ପେମେଂଟ ମଧ୍ୟ ହୋଇପାରିବ । ଫେସବୁକ୍ ଗ୍ରୁପ ମଧ୍ୟ ଏଥିଯୋଗୁ ଏକ ଭଳ ନେଟୱର୍କିଂ ବ୍ୟବହାର କରୁଥିବା ପ୍ଲାଟଫର୍ମ ପାଇବ । ଏହା କେବେ ଆରମ୍ଭ ହେବ ସେ ନେଇ କୌଣସି ମନ୍ତବ୍ୟ ଉଭୟ କମ୍ପାନୀ ପକ୍ଷରୁ ଦିଆଯାଇ ନାହିଁ ।
BREAKING NEWS
- Budget 2026: ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ଲକ୍ଷ୍ୟକୁ ଧ୍ୟାନରେ ରଖି ପ୍ରସ୍ତୁତ ହୋଇଛି: ଅମିତ ଶାହା
- Union Budget 2026: ବଜେଟ ପାଇଁ କାହିଁକି ଧସିଲା ସେୟାର ମାର୍କେଟ…
- Budget 2026: ‘ଖେଲୋ ଇଣ୍ଡିଆ ମିଶନ’ ଭାଗ୍ୟ ବଦଳାଇବ ଦେଶର, ଏବେ ପଦକ ସହ ମିଳିବ ନିଯୁକ୍ତି
- Union Budget 2026: She-Mart ଯୋଜନା କ’ଣ? ବଜେଟ୍ ୨୦୨୬ ରେ ମହିଳାମାନଙ୍କ ପାଇଁ ବଡ଼ ଘୋଷଣା…
- ଏହା ଏକ ଯୁବଶକ୍ତି ବଜେଟ୍, ବର୍ତ୍ତମାନର ସ୍ୱପ୍ନକୁ ସାକାର କରିବ: ମୋଦି
- ଟି୨୦ ବିଶ୍ୱକପ ପୂର୍ବରୁ ଏହି ସବୁ ପ୍ରଶ୍ନର ଉତର ଖୋଜୁଛି ଟିମ ଇଣ୍ଡିଆ
- Budget 2026: ୨୦୩୦ ସୁଦ୍ଧା ଭାରତୀୟ କାଜୁ ଓ କୋକୋଆକୁ ବିଶ୍ୱର ଏକ ପ୍ରିମିୟମ୍ ବ୍ରାଣ୍ଡ୍ ଭାବେ ଗଢ଼ି ତୋଳିବା ଲକ୍ଷ୍ୟ
- ବଜେଟରେ ନାଖୁସ ଶଶି ଥରୁର: କହିଲେ, ନିର୍ବାଚନ ରାଜ୍ୟ ହେବା ସତ୍ତ୍ୱେ କେରଳକୁ କରାଗଲା ଅଣଦେଖା
- ଭାରତ ଇରାନରୁ ନୁହେଁ, ଭେନେଜୁଏଲାରୁ ତେଲ କିଣିବ: ବଡ଼ ଘୋଷଣା କଲେ ଟ୍ରମ୍ପ
- Union Budget 2026: ଓଡିଶା ଉପରେ ବଜେଟ ବର୍ଷା, ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ…
Comments are closed.