Latest Odisha News

BREAKING NEWS

ରିଲାଏନ୍ସ ଜିଓ ପକ୍ଷରୁ ଭିଡିଓ ଓ ଭଏସ ୱାଇ-ଫାଇ କଲିଂ ସେବା ଶୁଭାରମ୍ଭ

ଭୁବନେଶ୍ୱର: ଗ୍ରାହକଙ୍କୁ ଶ୍ରେଷ୍ଠ ଉତ୍ପାଦ ଓ ଅନୁଭୂତି ପ୍ରଦାନ କରିଆସୁଥିବା ରିଲାଏନ୍ସ ଜିଓ ପକ୍ଷରୁ ଆଜି ଦେଶବ୍ୟାପୀ ସ୍ତରରେ ଭିଡିଓ ଓ ଭଏସ୍ ୱାଇ-ଫାଇ କଲିଂ ସେବା ଆରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଶୁଭାରମ୍ଭ ସହିତ ପ୍ରତ୍ୟେକ ଗ୍ରାହକଙ୍କୁ ସର୍ବଶ୍ରେଷ୍ଠ ଅନୁଭୂତି ପ୍ରଦାନ କରିବା ଲାଗି ବିଗତ କିଛି ମାସ ଧରି ଜିଓ ପକ୍ଷରୁ ଏହି ସେବାର ପରୀକ୍ଷଣ କରାଯାଉଥିଲା ।

ଜିଓ ୱାଇ-ଫାଇ କଲିଂରେ ଅନେକ ପ୍ରକାରର ସୁବିଧା ମିଳିବ । ଜିଓ ୱାଇ-ଫାଇ କଲ୍ କରିବା ପାଇଁ ଗ୍ରାହକମାନେ ଉପଲବ୍ଧ ଯେକୌଣସି ୱାଇ-ଫାଇ ନେଟୱର୍କକୁ ବ୍ୟବହାର କରିପାରିବେ । ଭଏସ ଓ ଭିଡିଓ କଲ ନିରବଚ୍ଛିନ୍ନ ଭାବେ ଭୋଲ୍ଟି ଓ ୱାଇ-ଫାଇ ମଧ୍ୟରେ ପରିବର୍ତନ ହୋଇପାରିବ ଯାହା ଉନ୍ନତ ଭଏସ/ଭିଡିଓ କଲିଙ୍ଗ ଅନୁଭୂତି ପ୍ରଦାନ କରିବ । ବ୍ୟାପକ ବର୍ଗର ହ୍ୟାଣ୍ଡସେଟ୍୍ରେ ଜିଓର ୱାଇ-ଫାଇ କଲିଂ ସୁବିଧା କାର୍ଯ୍ୟ କରିବ । ଜିଓ ଗ୍ରାହକମାନେ ଭିଡିଓ ୱାଇ-ଫାଇ କଲ କରିପାରିବେ । ଏହି ସମସ୍ତ ସେବା ପାଇଁ ଗ୍ରାହକମାନଙ୍କୁ କୌଣସି ଅତିରିକ୍ତ ଖର୍ଚ୍ଚ କରିବାକୁ ପଡିବ ନାହିଁ ।

ଏ ସଂକ୍ରାନ୍ତରେ ଶ୍ରୀଯୁକ୍ତ ଆକାଶ ଅମ୍ବାନି, ନିର୍ଦେଶକ, ଜିଓ କହିଛନ୍ତି ଯେ, “ଜିଓରେ ଆମେ ଗ୍ରାହକ ଅନୁଭୂତିକୁ ସମୃଦ୍ଧ କରିବା ଏବଂ ସେମାନେ ଆବଶ୍ୟକ କରୁଥିବା ସବୁ ପ୍ରକାର ସମାଧାନ ଆଣିବା ଲାଗି ନିରନ୍ତର ନୂତନତ୍ୱ ଆଣୁଛୁ । ଏହି ପରିପ୍ରେକ୍ଷୀରେ, ଯେତେବେଳେ ଜିଓ ଗ୍ରାହକ ମାସକୁ ହାରାହାରି ୯୦୦ ମିନିଟରୁ ଅଧିକ ସମୟ ଭଏସ କଲ୍ କରୁଛନ୍ତି ଏବଂ ଗ୍ରାହକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି, ସେହି ସମୟରେ ଜିଓ ୱାଇ-ଫାଇ କଲିଂ ସେବାର ଶୁଭାରମ୍ଭ ଯୋଗୁଁ ପ୍ରତିଟି ଜିଓ ଗ୍ରାହକଙ୍କ ଭଏସ କଲିଂ ଅନୁଭୂତିକୁ ଅଧିକ ସମୃଦ୍ଧ କରିବ । ଭାରତର ପ୍ରଥମ ସମ୍ପୂର୍ଣ୍ଣ ଭୋଲ୍ଟି ନେଟୱର୍କ ଭାବରେ ଜିଓ ଟେଲିକମ୍ କ୍ଷେତ୍ରରେ ସ୍ୱତନ୍ତ୍ର ମାନଦଣ୍ଡ ଧାର୍ଯ୍ୟ କରିସାରିଛି ।’’

ଜିଓ ୱାଇ-ଫାଇ କଲିଂ କାର୍ଯ୍ୟକାରୀ କରିବା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଜିଓ ଡଟ୍ କମ୍/ୱାଇ ଫାଇ କଲିଙ୍ଗ ରେ ଉପଲବ୍ଧ ରହିଛି । ସର୍ବଭାରତୀୟ ସ୍ତରରେ ଜିଓ ୱାଇ-ଫାଇ କଲିଂ ୨୦୨୦ ଜାନୁଆରି ୭ରୁ ୧୬ ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ଉପଲବ୍ଧ ହୋଇଯିବ ।

Leave A Reply

Your email address will not be published.